Categories: ଜାତୀୟ

ଅପରାଧୀଙ୍କ ପାଇଁ କାଳ ସାଜିଲାଣି ‘ତ୍ରିନେତ୍ର’, ୧୬ହଜାରରୁ ଅଧିକ ଦୋଷୀଙ୍କୁ ଦେଉଛି କଠୋର ଦଣ୍ଡ

ଲକ୍ଷ୍ନୌ,୧୭।୧୧: ଅପରାଧିଙ୍କ ଛାତିରେ ଛନକା ପଶାଇଲାଣି ତ୍ରିନେତ୍ର। ତ୍ରିନେତ୍ର ଆଖିରେ ଧରାପଡୁଛନ୍ତି ଗୋଟିକ ପରେ ଗୋଟିଏ ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ। ଅପରେଶନ ତ୍ରିନେତ୍ର ଦ୍ୱାରା ରାଜ୍ୟ ସାରା ଲଗାହୋଇଛି ସିସିଟିଭି କ୍ୟାମେରା। ଏହାଯୋଗୁଁ ଉତ୍ତରପ୍ରଦେଶରେ ୧୩୫୫ଟି ବଡ ବଡ ଅପରାଧର ପର୍ଦ୍ଦାଫାଶ ହେଲାଣି। ଏଥିରେ ୨୦୯ଟି ଲୁଟ ଡକାୟତି, ୮୨ଟି ହତ୍ୟା, ୪୬ଟି ଅପହରଣ/ ବଳାତ୍କାର ଓ ୩୨ଟି ଛିନତାଇ ପରି ଘଟଣା ରହିଛି। ଡିଜିପି ବିଜୟ କୁମାର ଅପରେଶନ ତ୍ରିନେତ୍ର ଅନୁଯାୟୀ ସାରା ରାଜ୍ୟରେ ମୋଟ ୭,୧୮,୫୧୦ଟି ସିସିଟିଭି ଲଗାଇଛନ୍ତି। ରାଜ୍ୟରେ ୧୦ଲକ୍ଷ ସିସିଟିଭି ଲଗାଯିବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି।
ଜୁଲାଇ ୨୦୨୩ରେ ଆରମ୍ଭ କରାଯାଇଥିବା ଏହ ଅପରେଶନରେ ୧୬ହଜାର ୩୦୨ଜଣଙ୍କୁ ଦଣ୍ଡ ଦିଆଯାଇଛି। ଏଥିରେ ୧୬ଜଣଙ୍କୁ ମୃତ୍ୟୁଦଣ୍ଡ, ୧୫୬୯ଜଣଙ୍କୁ ଆଜୀବନ କାରାଦଣ୍ଡ, ୨୮୪ଜଣଙ୍କୁ ୨୦ବର୍ଷରୁ ଅଧିକ କାରାଦଣ୍ଡ ଇତ୍ୟାଦି ଦିଆଯାଇଛି।

Share