ଭୁବନେଶ୍ୱର,୧୮।୧(ବ୍ୟୁରୋ): ଖୋର୍ଦ୍ଧା ରାମେଶ୍ୱରଠାରୁ ପାଣିକୋଇଲି ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥରେ ଅତ୍ୟାଧୁନିକ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହେବ। ଏହି ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲାଗିବ। ଫଳରେ ଅମାନିଆ ସାବାଡ଼ ହେବେ। ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଏନେଇ ରାଜ୍ୟ ପରିବହନ କମିଶନର ସୂଚନା ଦେଇଛନ୍ତି।
ଜାତୀୟ ରାଜପଥରେ ୪ରୁ ୫ କିଲୋମିଟର ମଧ୍ୟରେ ଏହି କ୍ୟାମେରାଗୁଡ଼ିକ ଲାଗିବ। ଏହାଦ୍ୱାରା ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଚାଳକ ଏବଂ ନକଲି ପ୍ଲେଟ୍ଧାରୀ ଚିହ୍ନଟ ହୋଇପାରିବେ। ଏନେଇ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।