ପୋଲିସ ଅଧିକାରୀ, ତାଙ୍କ ସ୍ତ୍ରୀ କରୋନା ପିଜିଟିଭ୍‌ ଚିହ୍ନଟ ଘଟଣା: ସିଡିଏ ସେକ୍ଟର-୯ରେ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା, ସ୍ବାବ ସଂଗ୍ରହ

କଟକ ଅଫିସ,୧।୭: କଟକ ସହରର ସିଡିଏ ସେକ୍ଟର-୯କୁ କଟକ ମହାନଗର ନିଗମ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କ ସ୍ତ୍ରୀ ପିଜିଟିଭ୍‌ ଚିହ୍ନଟ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷରେ କଣ୍ଟେନମେଣ୍ଟ ଅଞ୍ଚଳରେ ସକ୍ରିୟ ନିରୀକ୍ଷଣ ଏବଂ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି। ସ୍ବାସ୍ଥ୍ୟ ଟିମ ଘରକୁ ଘର ଯାଇ ଲୋକଙ୍କ ସାସ୍ଥ୍ୟ ପରୀକ୍ଷା କରିବା ସହିତ କରୋନା ଲକ୍ଷଣ ଚିହ୍ନଟ କରୁଛନ୍ତି। ଗତ ଦୁଇଦିନ ଭିତରେ ୨୬୧ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। କରୋନା ଲକ୍ଷଣ ଥିବା ୨୨ ଜଣଙ୍କ ସ୍ବାବ ସଂଗ୍ରହ ହୋଇଛି।

Share