Categories: ବାଣିଜ୍ୟ

ରିଲାଏନ୍ସ ଜିଓକୁ ସିଡିପି କ୍ଲାଇମେଟ୍‌ ଆଓ୍ବାର୍ଡ

ଭୁବନେଶ୍ୱର,୧୪ା୬: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌କୁ ନିକଟରେ ଆଉ ଏକ ସମ୍ମାନ ‘ସିଡିପି କ୍ଲାଇମେଟ୍‌ ଆଓ୍ବାର୍ଡ’ ଦିଆଯାଇଛି। ବିଶେଷକରି କାର୍ବନ ଫୁଟ୍‌ ପ୍ରିଣ୍ଟ ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ଓ ପ୍ରୟାସ ପାଇଁ ରିଲାଏନ୍ସ ଜିଓକୁ ୨୦୨୨-୨୩ ବର୍ଷ ପାଇଁ ସିଡିପି କ୍ଳାଇମେଟ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି କାର୍ବନ ଡିସ୍‌କ୍ଲୋଜର ପ୍ରୋଜେକ୍ଟ ବା ସିଡିପି ପକ୍ଷରୁ ଏହି ପୁରସ୍କାର ଓ ମାନତ୍ୟ ଦିଆଯାଇଥାଏ। ଏପରିକି ରିଲାଏନ୍ସ ଜିଓକୁ ତା’ର ଉଦ୍ୟମ ପାଇଁ ଏଜେନ୍ସି ଏ ରେଟିଂ ପ୍ରଦାନ କରିଛି। ୨୦୧୯ପରଠାରୁ ଜିଓ ପ୍ରଥମ ଥର ପାଇଁ ଏ ରେଟିଂ ପାଇଛି। ଅପରପକ୍ଷରେ ଭାରତୀୟ ଟେଲିକମ୍‌ କ୍ଷେତ୍ରର ୨ୟ ବୃହତ୍ତମ କମ୍ପାନୀ ଭାରତୀ ଏୟାରଟେଲକୁ ମଧ୍ୟ ବି ରେଟିଂ ମିଳିଛି। ଏ ସମ୍ପର୍କରେ ଜିଓ ମୁଖପାତ୍ର କହିଛନ୍ତି, କାର୍ବନ ଫୁଟ୍‌ ପ୍ରିଣ୍ଟ ହ୍ରାସ କରିବାରେ ରିଲାଏନ୍ସ ଜିଓ ନେତୃତ୍ୱର ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଏପରିକି ଜିଓକୁ ଦିଆଯାଇଥିବା ଏ ଗ୍ରେଡ୍‌ ସ୍ଥିରତା ଏବଂ ଦାୟିତ୍ୱସମ୍ପନ୍ନ କାର୍ଯ୍ୟଧାରା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ସେହିଭଳି ସିଡିପି ଏ ରେଟିଂ କେବଳ ସେହି କମ୍ପାନୀଗୁଡ଼ିକୁ ଦିଆଯାଇଥାଏ, ଯେଉଁମାନେ ପରିବେଶ କ୍ଷେତ୍ରରେ ନେତୃତ୍ୱ ଦେଖାଇଥାନ୍ତି। ଏପରିକି ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ ହେବା ଏବଂ ଜଳ ନିରାପତ୍ତା ଭଳି ପ୍ରସଙ୍ଗରେ କମ୍ପାନୀକୁ ତା’ର କାର୍ଯ୍ୟ ଏବଂ କାର୍ଯ୍ୟପ୍ରଣାଳୀ ଆଦି ସିଡିପିକୁ ସୂଚିତ କରିବାକୁ ପଡ଼ିଥାଏ।

Share