ଭବାନୀପାଟଣା,୨୫।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ସିଡିପିଓ ପୁଷ୍ପାଞ୍ଜଳି ରଥ ସୋମବାର ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି। ର୍ବିସିଂ ମାଝିଙ୍କୁ ଅଙ୍ଗନଓ୍ବାଡି କର୍ମୀ କରାଇଦେବା ପାଇଁ ସେ ଲାଞ୍ଚ ନେଉଥିଲେ । ତେବେ ଖବର ପାଇ ଡିଏସ୍ପି ସୁଶାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗ ଭବାନୀପାଟଣାସ୍ଥିତ ପୁଷ୍ପାଞ୍ଜଳିଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲା ।ଆଗରୁ ମଧ୍ୟ ତାଙ୍କ ନାମରେ ଅଭିଯୋଗ ଥିଲା।