ଗର୍ଭବତୀ କିରାଣିଙ୍କୁ ସିଡିପିଓଙ୍କ ନିର୍ଯାତନା: କରୁଣ କାହାଣୀ ବଖାଣିଲେ, ପେଟରେ ମଲା…

ଡେରାବିଶ,୩୦।୧୦(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ୍‌ ମହିଳା ଓ ଶିଶୁ ସମନ୍ବିତ ବିଭାଗର ଜଣେ ଗର୍ଭବତୀ କିରାଣିଙ୍କୁ ସିଡିପିଓ ନିର୍ଯାତନା ଦେବାରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେବା ଅଭିଯୋଗ ଘଟଣା ଏବେ କେବଳ କେନ୍ଦ୍ରାପଡ଼ା ଜିଲା ନୁହେଁ, ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଜିଲାପାଳ ଆରମ୍ଭ କରିଛନ୍ତି। ସିଡିପିଓ କିଭଳି ତାଙ୍କୁ ନିର୍ଯାତନା ଦେଲେ ଯାହା ଫଳରେ ତାଙ୍କର ୭ ମାସର ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଲା, ତାହାର କରୁଣ କାହାଣୀ ପୀଡ଼ିତା ତଥା କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ବର୍ଣ୍ଣନା କରିଛନ୍ତି।
ପୀଡ଼ିତା ତାଙ୍କ ବୟାନରେ ୨୦୨୧ ମସିହାରୁ ଏହି ବିଭାଗରେ ଜଣେ କନିଷ୍ଠ କିରାଣି ଭାବେ ନିଯୁକ୍ତି ପାଇଥିଲେ। ଚାକିରି କରିବା ଦିନଠୁଁ ସିଡିପିଓ ସ୍ନେହଲତା ସାହୁ ସବୁ ସମୟରେ ତାଙ୍କୁ ବିଭିନ୍ନ ପ୍ରକାର ଚାପ ପକାଉଥିଲେ। ତେବେ ୩ ମାସ ହେବ ସିଡିପିଓ ସାହୁ ତାଙ୍କୁ ବିଭିନ୍ନ ସମୟରେ ବେଆଇନ କାମ କରିବାକୁ ବାଧ୍ୟକରିବା ସହ ତାଙ୍କ କୋଠରିରେ ଏକ ପ୍ରକାର ନଜରବନ୍ଦୀ ଭାବେ ରହିବାକୁ ବାଧ୍ୟ କରୁଥିଲେ ବୋଲି ପୀଡ଼ିତା କହିଛନ୍ତି। ଯେତେବେଳେ ଦେହ ଅସୁସ୍ଥ ହୁଏ ସିଡିପିଓଙ୍କୁ କହିଲେ ମଧ୍ୟ ଏ ଜାଗାରୁ କେଉଁ ଆଡ଼କୁ ଯାଇପାରିବୁ ନାହିଁ ବୋଲି କୁହନ୍ତି। ତୋତେ ଯାହା କାର୍ଯ୍ୟ ଦିଆଯାଇଛି ସେ କାର୍ଯ୍ୟ କେବଳ ଗୋଟିଏ ଜାଗାରେ ବସି କରିବୁ ବୋଲି ଧମକ ଦେଉଥିଲେ। ତେବେ ଗତ ୨୫ ତାରିଖରେ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ମୋର ପେଟର ଯନ୍ତ୍ରଣା ବୃଦ୍ଧି ପାଇଥିଲା। ଏ ବିଷୟରେ ସିଡିପିଓଙ୍କୁ ବାରମ୍ବାର କହିଥିଲେ ମଧ୍ୟ ସେ ମୋ କଥାକୁ ଶୁଣି ନ ଥିଲେ। ପରିସ୍ଥିତି ଏପରି ହୋଇଥିଲା କେବଳ ମୋ ଚେୟାରରେ ବସି ଛଟପଟ ହେଉଥିବା ବେଳେ ସିଡିପିଓ ତାଙ୍କ ରୁମ୍‌ରେ ବସି ରହିଥିଲେ। ତେବେ କାର୍ଯ୍ୟାଳୟ କର୍ମଚାରୀଙ୍କଠାରୁ ଖବର ପାଇ ବାପା ଓ ଜଣେ ସମ୍ପର୍କୀୟ ଘଟଣାସ୍ଥଳକୁ ଆସିଥିଲେ। ବାପା ସିଡିପିଓଙ୍କୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେ ବାପାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ମୋର ଗର୍ଭସ୍ଥ ଶିଶୁ ମୃତ ବୋଲି ଡାକ୍ତର କହିଥିଲେ। ମୋ ପିଲାର ମୃତ୍ୟୁ ପାଇଁ ସିଡିପିଓ ସମ୍ପୂର୍ଣ୍ଣ ଦାୟୀ ବୋଲି ବର୍ଷା କହିଛନ୍ତି। ଏ ସମ୍ପର୍କରେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ପୀଡ଼ିତାଙ୍କ ବାପା ରବୀନ୍ଦ୍ର ନାୟକଙ୍କଠାରୁ ସେଦିନର ଘଟଣା ସମ୍ପର୍କରେ ଜିଲାପାଳ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ସ୍ପର୍ଶକାତର ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଅଭିଯୋଗ କରିଥିବା ବାପା ରବୀନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ କିରାଣିଙ୍କୁ ନିର୍ଯାତନା ଦେଇ କାର୍ଯ୍ୟରୁ ବିଦାହେଲେ ସିଡିପିଓ

କେନ୍ଦ୍ରାପଡ଼ା,୩୦।୧୦: କେନ୍ଦ୍ରାପଡ଼ା ଜିଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଛି। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମଙ୍ଗଳବାର ଜଣେ ମହିଳା...

କନଷ୍ଟେବଳ ନିଯୁକ୍ତି ଆବେଦନ ତାରିଖ ବୃଦ୍ଧିକଲେ ହାଇକୋର୍ଟ, ଜାଣନ୍ତୁ କେତେ ପର୍ଯ୍ୟନ୍ତ ବଢ଼ିଲା…

କଟକ,୩୦ା୧୦: ଓଡ଼ିଶାର ବିଭିନ୍ନ ବାଟାଲିଅନରେ କନଷ୍ଟେବଳ/ସିପାହୀ ନିଯୁକ୍ତି ଆବେଦନ ତାରିଖ ବୃଦ୍ଧି ପାଇଛି। ଆବେଦନ ପାଇଁ ବୁଧବାର ଥିବା ଶେଷ ତାରିଖକୁ ମାନ୍ୟବର ହାଇକୋର୍ଟ ବୃଦ୍ଧି...

୩୫ ଲକ୍ଷ ଟଙ୍କା ବିନିମୟରେ ହେବ ସଂସ୍କୃତି ଭବନ

ଦାରିଙ୍ଗବାଡ଼ି,୩୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପଞ୍ଚାୟତ ପରିସର ମଧ୍ୟରେ ବୁଧବାର ପାରମ୍ପରିକ ଲୋକକଳା ଦିତୀୟ ବର୍ଷ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ...

ଦୁଲୁକିଲା ଦାରିଙ୍ଗବାଡି: ପାରମ୍ପରିକ ଲୋକ କଳା ଦ୍ୱିତୀୟ ବର୍ଷ ମହୋତ୍ସବ, ବାଦ୍ୟ, ନୃତ୍ୟରେ…

ଦାରିଙ୍ଗବାଡି,୩୦।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପଞ୍ଚାୟତ ପରିସର ମଧ୍ୟରେ ବୁଧବାର ପାରମ୍ପରିକ ଲୋକ କଳା ଦ୍ୱିତୀୟ ବର୍ଷ ମହୋତ୍ସବ ପାଳିତ ହୋଇଯାଇଛି। ଏହି...

ଦର ବୃଦ୍ଧି ସତ୍ତ୍ୱେ ଧନତେରସରେ ୨୫ କୋଟିର ବ୍ୟବସାୟ

ବ୍ରହ୍ମପୁର,୩୦।୧୦(ସ୍ମୃତି ରଞ୍ଜନ ମହାଲିକ): ଧନତେରସ ଓ ଅକ୍ଷୟ ତୃତୀୟା ଭଳି ଦିନରେ ଗହଣା ସାମଗ୍ରୀ କିଣିଲେ ଶୁଭ ଓ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ବୋଲି...

ବାତ୍ୟା ଗଲା, ସରିଲାନି ଦୁର୍ଦ୍ଦଶା

ସିମୁଳିଆ, ୩୦।୧୦(ସନ୍ତୋଷ ନାୟକ): ଗୁରୁବାର ରାତିରୁ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ବାତ୍ୟା ‘ଦାନା’ର ତାଣ୍ଡବ ଜାରି ରହିବା ପରେ ଥମିଯାଇଥିଲା। ତେବେ ବାତ୍ୟା ଛାଡ଼ିଯିବା ପରେ...

ସାଂଘାତିକ ଗୋଷ୍ଠୀ ସଂଘର୍ଷ:୩ ମହିଳା ସହ ୫ ଜଣଙ୍କୁ ନିର୍ମମ ହତ୍ୟା, ୪ ଗୁରୁତର

ସୁନ୍ଦରଗଡ,୩୦/୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗୀତାପଡାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri