Categories: ଜାତୀୟ

ମୃତ୍ୟୁବି ଏମାନଙ୍କୁ କରିପାରିଲାନି ଅଲଗା

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ପାର୍ଥିବ ଶରୀର ଆଉ କିଛି ସମୟ ପରେ ପଞ୍ଚଭୂତରେ ବିଲିନ ହେବାକୁ ଯାଉଛି । ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ଅନ୍ୟ ୧୧ ବୀର ସୁପୁତ୍ରଙ୍କୁ ଦେଶ ହରାଇଛି । ବୁଧବାରର ଏହି ଘଟଣା ଦେଶବାସୀଙ୍କ ମନରୁ କେବେବି ଲିଭିବ ନାହିଁ । ଏବେ ଏହି ୧୩ ଜଣଙ୍କୁ ସାରା ଦେଶ ଲୁହ ଭିଜା ଆଖିରେ ଦେଇଛି ଶେଷ ବିଦାୟ । ଶୋକାକୂଳ ପରିବେଶ ମଧ୍ୟରେ ସମସ୍ତଙ୍କଠାରୁ ବିଦାୟ ନେଇଛନ୍ତି ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା । ୧୯୮୬ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଅଗ୍ନିକୁ ସାକ୍ଷି ରଖି ସାତ ଜନ୍ମ ପର୍ଯ୍ୟନ୍ତ ଏକାଠି ରହିବାକୁ ପରସ୍ପରକୁ କଥା ଦେଇଥଲେ । ଆଉ ଆଜି ମୃତ୍ୟୁ ବି ଏମାନଙ୍କୁ ଅଲଗା କରିପାରି ନାହିଁ । ଉଭୟ ପତ୍ନୀ-ପତି ଏକା ସାଙ୍ଗରେ ଶୋଇ ଯାଇଛନ୍ତି ଚିର ନିଦ୍ରାରେ ।

Share