Categories: ଜାତୀୟ

ଜମ୍ମୁ-କଶ୍ମୀର ଉପରେ ପଡିପାରେ ଆଫଗାନିସ୍ତାନର ପ୍ରଭାବ: ସିଡିଏସ୍ ରାୱତ

ନୂଆଦିଲ୍ଲୀ,୨୪ ।୧୦: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତ ଶନିବାର ଆସାମର ରାଜଧାନୀ ଗୁଆହାଟିରେ କହିଛନ୍ତି କି ମ୍ୟାନମାରର ସ୍ଥିତି ଏବେ ବହୁତ ଖରାପ, ସେଠାରେ ଯାହା କିଛି ଘଟୁଛି ତା’ର ପ୍ରଭାବ ଆମ ଦେଶ ଉପରେ ପଡିବ । ଜେନରାଲ ରାୱତ କହିଛନ୍ତି, ଗୃହ ଯୁଦ୍ଧ ଭଳି ସ୍ଥିତିକୁ ସାମ୍ନା କରୁଥିବା ମ୍ୟାନମାରକୁ ଭାରତ ଉପରେ ଅଧିକ ଭରସା ରହିଛି । ସେଥିପାଇଁ ମୁଁ ଆପଣଙ୍କୁ ଆଶ୍ୱସ୍ତ କରୁଛି କି ମ୍ୟାନମାର କେବେ ବି ଚାଇନା ସହ ବନ୍ଧୁତା ବଢାଇବ ନାହିଁ । ହେଲେ ମ୍ୟାନମାରରେ ଯାହା ହେଉଛି ଏହା ଆମର ବ୍ୟବସାୟ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ । ସେଠାରେ ଏକ ପ୍ରକାର ଗୃହ ଯୁଦ୍ଧ ଚାଲିଛି, ନଚେତ ମ୍ୟାନମାର ସହ ଆମର ସମ୍ପର୍କ ଭଲ ।
ରାୱତ କହିଛନ୍ତି ଆଫଗାନିସ୍ତାନର ଘଟଣାକ୍ରମ ଉପରେ ଆମେ ନଜର ରଖିବା ଜରୁରୀ । ସେଠାରେ ଯାହା କିଛି ହେଉଛି ତା’ର ପ୍ରଭାବ ଜମ୍ମୁ-କଶ୍ମୀର ଉପରେ ପଡିପାରେ । ଏଥିପାଇଁ ଆମକୁ ସବୁ ପ୍ରକାର ପ୍ରସ୍ତୁତ ରହିବାକୁ ପଡିବ । ସୀମାକୁ ସିଲ୍ କରିବା ଦରକାର ଏହାସହ ସୀମା ଉପରେ କଡା ନଜର ରଖିବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି ବୋଲି ରାୱତ କହିଛନ୍ତି ।

Share