Categories: ଜାତୀୟ

ବାୟୁସେନା ହେଲିକପ୍ଟର ଦୁର୍ଘଟଣା: ଦୁଃଖପ୍ରକାଶ କଲେ ଅନେକ ମନ୍ତ୍ରୀ, ନେତା

କୁନ୍ନୁର,୮।୧୨: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣ ଲୋକ ଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ତଥା ଭଜପା ନେତା ନିତିନ ଗଡକରୀ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନେକ ନେତା ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ପାଇଁ ପ୍ରାର୍ଥନା କରିଛନ୍ତି।

କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି, ଆଶା କରୁଛି ଯେ ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ସ୍ତ୍ରୀ ଏବଂ ହେଲିକପ୍ଟରରେ ଥିବା ଅନ୍ୟମାନେ ସୁରକ୍ଷିତ ଥାନ୍ତୁ। ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

ଏହି ଦୁର୍ଘଟଣା ବିଷୟରେ ଶୁଣି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଚକିତ ହୋଇଯାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ସିଡିଏସ ବିପିନ ରାୱତ ଜି ନେଇଥିବା ହେଲିକପ୍ଟରର ଦୁର୍ଘଟଣା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ସମସ୍ତଙ୍କ ସୁରକ୍ଷିତ ରହିବା ପାଇଁ ପ୍ରାର୍ଥନା କରୁଛି।

ମମତା ବାନାର୍ଜୀ ଟୁଇଟ୍‌ କରି କହିଛନ୍ତି, କୁନ୍ନୁରରୁ ବହୁତ ଦୁଃଖଦ ଖବର ଆସୁଛି। ଆଜି ହେଲିକପ୍ଟରରେ ଉପସ୍ଥିତ ଥିବା ସମସ୍ତ ଲୋକ, ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ପାଇଁ ପ୍ରାର୍ଥନା କରୁଛି। ଆହତମାନେ ମଧ୍ୟ ଶୀଘ୍ର ସୁସ୍ଥ ହୋଇଯାନ୍ତୁ।

Share