Categories: ଜାତୀୟ

ପୁଣିଥରେ ପାକିସ୍ତାନର ମନେ ପଡିଲା ପୂର୍ବ ପ୍ରକୃତି

ଶ୍ରୀନଗର,୭।୮: ପାକିସ୍ତାନ ସେନା ଦ୍ୱାରା ଶୁକ୍ରବାର ଜମ୍ମୁ-କଶ୍ମୀରର ନୌଗାମ ଓ ତାଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପାକିସ୍ତାନ ପଟରୁ ହୋଇଥିବା ଗୁଳି ବର୍ଷଣ ଓ ମୋର୍ଟାର ମାଡ ସମୟରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି। ସେନାର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ସେନା ଉତ୍ତର କଶ୍ମୀର କୁପଓ୍ବାଡା ଜିଲାର କରନାହ ଅଞ୍ଚଳରେ ସୀମାରେ ଗୁଳୁଗୋଳା ବର୍ଷଣ କରିଛି। ଏହାଫଳରେ କଠଓ୍ବାରେ କିଛି ଘର ମଧ୍ୟ ନଷ୍ଟ ହୋଇଛି। ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ ଦେଇଛି।

Share