ନୂଆଦିଲ୍ଲୀ,୭ା୧୦: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନ (ସିଇସି) ରାଜୀବ କୁମାର ଶୁକ୍ରବାର ପର୍ଯ୍ୟବେକ୍ଷକମାନଙ୍କ ସହ ବୈଠକ କରିଥିଲେ। ଅର୍ଥବଳକୁ ଠିକ୍ ଭାବେ ନିୟନ୍ତ୍ରଣ କରିବା ସହ ନିର୍ବାଚନ ଯେପରି ହିଂସାମୁକ୍ତ ହେବ, ତାହା ସୁନିଶ୍ଚିତ କରିବା ଲାଗି ସିଇସି ପର୍ଯ୍ୟବେକ୍ଷକମାନଙ୍କୁ କହିଛନ୍ତି। ପୋଲିସ, ସାଧାରଣ ଓ ବ୍ୟୟ ପର୍ଯ୍ୟବେକ୍ଷକମାନଙ୍କ ଦିବସବ୍ୟାପୀ ବୈଠକରେ ଆଦର୍ଶ ଆଚରଣ ବିଧିର ସଫଳ କାର୍ଯ୍ୟକାରିତା, ନିର୍ବାଚନ ପ୍ରଚାରକୁ ଅର୍ଥ ଓ ବାହୁବଳ ଯେପରି ପ୍ରଭାବିତ ନ କରେ, ସେଥିପାଇଁ ରଣକୌଶଳ ଆପଣାଇବା ଉପରେ ଜୋର୍ ଦିଆଯାଇଥିଲା। ଆଗାମୀ ନଭେମ୍ବର-ଡିସେମ୍ବରରେ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମରେ ନିର୍ବାଚନ ହୋଇପାରେ।