କାଠମାଣ୍ଡୁ,୧୯।୧୧(ପି.ଟି.): ନେପାଳ ସାଧାରଣ ନିର୍ବାଚନ ଆସନ୍ତା ରବିବାର ଅନୁଷ୍ଠିତ ହେଉଥିବାବେଳେ ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକ ଭାବେ ଶୁକ୍ରବାର ସେଠାରେ ପହଞ୍ଚତ୍ଛନ୍ତି। ତାଙ୍କ ସହ ନିର୍ବାଚନ ଆୟୋଗର ୨ ଅଧିକାରୀଙ୍କ ସମେତ ୪ ଜଣ ଯାଇଛନ୍ତି। ନେପାଳର ୨୭୫ ଆସନ ବିଶିଷ୍ଟ ପାର୍ଲାମେଣ୍ଟ ଏବଂ ୭ ରାଜ୍ୟ ବିଧାନସଭାର ୫୫୦ ଆସନ ଲାଗି ୨୦ ତାରିଖରେ ମତଦାନ ହେବ। କାଠମାଣ୍ଡ ବିମାନବନ୍ଦରରେ ରାଜୀବ କୁମାର ଓ ଅନ୍ୟମାନଙ୍କୁ ପଞ୍ଜାବ ନିର୍ବାଚନ କମିଶନଙ୍କ ଯୁଗ୍ମ ସଚିବ ଶାଲିଗ୍ରାମ ଶର୍ମା ପୁଡେଲ ସ୍ବାଗତ କରିଛନ୍ତି। ସେମାନେ ଅନ୍ୟ ଅନ୍ତର୍ଜାତୀୟ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ସହ ସାମିଲ ହେବେ। ସିଇସି କାଠମାଣ୍ଡୁ ଓ ଆଖପାଖ ଅଞ୍ଚଳରେ ଥିବା ଭୋଟକେନ୍ଦ୍ରକୁ ଯାଇ ମତଦାନ ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି।