ପରୀକ୍ଷା ଚାଲୁଥିବା ବେଳେ ଖସିଗଲା ସିଲିଂ ଫ୍ୟାନ୍‌: ୨ ଛାତ୍ର ଆହତ

ଆଠଗଡ଼,୧୮।୪ (ଡି.ଏନ୍‌.ଏ): କଟକ ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣାଘଟିଛି। ପରୀକ୍ଷା ଚାଲୁଥିବା ସମୟରେ ବୁଲୁଥିବା ସିଲିଂ ଫ୍ୟାନ ଖସି ପଡି ୨ ଛାତ୍ର ଆହତ ହୋଇଛନ୍ତି। ସେମାନେ ହେଲେ ସମୀର ସେଠୀ ଓ ତାପସ ଜେନା। ଆହାତମାନଙ୍କୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।