ହିମାଂଶୀଙ୍କଠାରୁ ସୃଷ୍ଟି-ଦିବ୍ୟାଙ୍କ ପର୍ଯ୍ୟନ୍ତ, ବିଗ୍‌ ବସ୍‌ ଘରକୁ ଯିବାପରେ ଭାଙ୍ଗିଛି ଏମାନଙ୍କ ସମ୍ପର୍କ…

ବମ୍ବେ: ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌’ରେ ଅନେକ ପ୍ରେମକାହାଣୀ ଗଢ଼ି ଉଠିଛି। ସେହିଭଳି ଅନେକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ମଧ୍ୟ ପଡ଼ିଛି। ପୁଣି ଥରେ ଅକ୍ଟୋବର ୨ରୁ ଏହାର ସିଜନ୍‌ ୧୫ ଆରମ୍ଭ ହେଉଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି।
କିଛି ଦିନ ପୂର୍ବେ ବିଗ୍‌ବସ୍‌କୁ ଓଟିଟି ଫର୍ମାଟରେ ଦେଖାଯାଇଥିଲା। ଏଥିରେ ବିଜେତା ହୋଇଥିଲେ ଦିବ୍ୟା ଅଗ୍ରଓ୍ବାଲ। କିନ୍ତୁ ବିଗ୍‌ବସ୍‌ ଘରେ ରାକେଶ ବାପତ-ସମିତା ସେଟ୍ଟୀ ଏବଂ ପ୍ରତୀକ ସେଜପାଲ-ନେହା ଭସିନଙ୍କ ଯୋଡ଼ି ବେଶ ଚର୍ଚ୍ଚାରେ ରହିଥିଲା। ଦୁଇ ଯୋଡ଼ିଙ୍କ ମଧ୍ୟରୁ ନେହା ବିବାହିତା ଥିବା ସତ୍ତ୍ୱେ ପ୍ରତୀକଙ୍କ ନିକଟତର ହୋଇଥିଲେ। ଏହାକୁ ନେଇ ତାଙ୍କ ବିବାହ ବିପଦରେ ବୋଲି କୁହାଯାଉଥିଲା। ତେବେ ପୂର୍ବରୁ ମଧ୍ୟ ଅନେକ ପ୍ରତିଯୋଗୀ ଘରେ ଆଉ ଜଣଙ୍କ ପ୍ରେମରେ ପଡ଼ି ପୂରୁଣା ସମ୍ପର୍କକୁ ଭୁଲିଯାଇଛନ୍ତି। ଆସନ୍ତୁ ଜାଣିବା:

ସୃଷ୍ଟି ରୋଡେ-ମନିଷ ନାଗଦେବ:
ବିଗ୍‌ବସ୍‌-୧୨ରେ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ ସୃଷ୍ଟି। ସେଠାରେ ସେ ପ୍ରେମିକ ମନିଷଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ। ଉଭୟ ୪ ବର୍ଷରୁ ଅଧିକ ସମୟ ଧରି ରିଲେଶନସିପ୍‌ରେ ଥିଲେ। ହେଲେ ରୋହିତ ସୁଚାନ୍ତିଙ୍କ ନିକଟତର ହୋଇ ଗୋଟିଏ ଫୋନକଲ୍‌ରେ ଅଲଗା ହୋଇଯାଇଥିଲେ ସୃଷ୍ଟି।

ହିମାଂଶୀ ଖୁରାନା-ଆସିମ ରିଆଜ:
ବିଗ୍‌ ବସ୍‌ ଘରେ ହିମାଂଶୀ ଆସିମଙ୍କ ନିକଟତର ହୋଇଥିଲେ। ହେଲେ ସେତେବେଳେ ହିମାଂଶୀ ଆଉ ଜଣଙ୍କ ସହ ବିବାହ ନିଶ୍ଚିତ ହୋଇଥିଲା। ଧିରେ ଧିରେ ପୁରୁଣା ସମ୍ପର୍କକୁ ଭୁଲି ହିମାଂଶୀ ଆସିମଙ୍କ ପ୍ରେମରେ ପଡ଼ିଥିଲେ। ଏବେ ଉଭୟଙ୍କୁ ଏକାଧିକ ଥର ଏକାଠି ଦେଖିବାକୁ ମିଳୁଛି।

ପାରସ ଛାବଡ଼ା-ଆକାଂକ୍ଷା ପୁରୀ:
ବିଗ୍‌ ବସ୍‌ ୧୩ ଫାଇନାଲିଷ୍ଟ ପାରସ୍‌ ଶୋ’ରେ ସାମିଲ ହେବାର କିଛି ସପ୍ତାହ ପରେ ପ୍ରେମିକା ଆକାଂକ୍ଷାଙ୍କ ସହ ବ୍ରେକଅପ୍‌ କରି ନେଇଥିଲେ। ସେହିଠାରେ ସେ ଅନ୍ୟତମ ପ୍ରତିଯୋଗୀ ମାହିରା ଶର୍ମାଙ୍କ ନିକଟତର ହୋଇଥିଲେ।

ପ୍ରିୟାଙ୍କ ଶର୍ମା-ଦିବ୍ୟା ଅଗ୍ରଓ୍ବାଲ:
ଅତି ନାଟକୀୟ ଭାବେ ପ୍ରେମିକା ଦିବ୍ୟାଙ୍କଠାରୁ ଅଲଗା ହୋଇଥିଲେ ପ୍ରିୟାଙ୍କ। ବିଗ୍‌ବସ୍‌ ଘରେ ଏଣ୍ଟ୍ରି ନେବା ସମୟରେ ସେ ଦିବ୍ୟାଙ୍କ ପ୍ରେମରେ ଥିଲେ। ହେଲେ ଶୋ’ରେ ସେ ବେନାଫଶା ସୁନାଓ୍ବାଲାଙ୍କ ନିକଟତର ହୋଇଥିଲେ। ଏହାପରେ ଦିବ୍ୟା ଜାତୀୟ ଟେଲିଭିଜନରେ ପ୍ରିୟାଙ୍କଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ।

Share