ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାରଳାଖେମୁଣ୍ଡି,୮।୩: ସାରା ଦେଶରେ ବୁଧବାର ହୋଲି ପର୍ବ ଏବଂ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ଏହି ଅବସରରେ ଗଜପତି ଜିଲା ପାରାଳାଖେମୁଣ୍ଡିରେ ବରିଷ୍ଠ ନାଗରିକ ମଞ୍ଚ ପାରଳାଖେମୁଣ୍ଡି ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଯାତ୍ରାରେ ପ୍ରାକୃତିକ ରଙ୍ଗର ବ୍ୟବହାର କରିବା ପାଇଁ ସଚେତନ କରାଯାଇଥିଲା। ଏଥିସହ ବରିଷ୍ଠ ନାଗରିକମାନଙ୍କୁ ସମାଜରେ ଅବହେଳିତ ନ କରିବାକୁ ଆହ୍ବାନ ଦିଆଯାଇଥିଲା। ମହିଳା ଦିବସ ଅବସରରେ ଏହି ମଞ୍ଚର ମହିଳା ଶାଖା ପକ୍ଷରୁ ପରିବାରରେ ଶାଶୁ ଓ ବୋହୁ ମଧ୍ୟରେ ମଧୁର ସମ୍ପର୍କ ରଖିବାକୁ ମଧ୍ୟ କୁହାଯାଇଥିଲା। ଏଥିରେ ୫୦ରୁ ଉଦ୍ଧର୍‌ବ ସଦସ୍ୟ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ଏହି ଯାତ୍ରା ମଞ୍ଚର ସଭାପତି ଲକ୍ଷ୍ମୀ ନୃସିଂହ ରଥଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ଏଥିରେ ରଘୁନାଥ ମହାରଣା, ସତ୍ୟବାଦୀ ପାତ୍ର, ନୃସିଂହ ପ୍ରସାଦ ନାୟକ, ସୁବାଷ ରାଉତ, ଲବଜେନା ଆଦି ପରିଚାଳନା କରିଥିଲେ। ମହିଳା ଶାଖାର ସଭାପତି ନିବେଦିତା ରଥ ଓ ସମ୍ପାଦିକା ବାସନ୍ତୀ ମହାରଣା ସହ ଅନେକ ସଦସ୍ୟା ଭାଗ ନେଇଥିଲେ।