ପୁରୁଷୋତ୍ତମପୁର,୨୬।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ଦିଲ୍ଲୀପ କୁମାର ବାରିକ ପତାକା ଉତ୍ତୋଳନ କରିଥିବା ବେଳେ ଏସ୍ଡିପିଓ ଅଫିସ ଓ ଥାନାରେ ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ନିତିଶ କୁମାର ତ୍ରିପାଠୀ, ବ୍ଲକରେ ବିଡିଓ ବିଜୟ କୁମାର ବେହେରା, ତାରିଣୀ କଲେଜରେ ଅଧ୍ୟକ୍ଷ ସୀମାଞ୍ଚଳ ପଟ୍ଟନାୟକ, ହିନ୍ଦୀ ପ୍ରଚାର ସଭାରେ କୂଳସଚିିବ ପ୍ରଫୁଲ କୁମାର ରଥ ପତାକା ଉତ୍ତୋଳନ କରିଥିଲେ।