ଭଦ୍ରକ ଅଫିସ,୨୬।୧: ଭଦ୍ରକ ଜିଲାରେ ୭୨ତମ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ଭଦ୍ରକ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ଜିଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। କରୋନା କାଳରେ ଆୟୋଜିତ ହୋଇଥିବା ଏହି ଜିଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଜିଲା ପୋଲିସ ଏବଂ ଦମକଳ ବାହିନୀର ଗ୍ରୁପ ସମ୍ମିଳିତ ପରେଡରେ କୋଭିଡ କଟକଣା ମଧ୍ୟରେ ଅଂଶଗ୍ରହଣ କରିଛନ୍ତି।