ସ୍ବାମୀଙ୍କ ସହ ପ୍ରଥମ କର୍‌ଓ୍ବାଚୌଥ୍‌ ପାଳିଲେ ଏହି ଅଭିନେତ୍ରୀ

ମୁମ୍ବାଇ,୪ା୧୧: ଆଜି (ନଭେମ୍ବର ୪) ସାରା ଦେଶରେ ପାଳନ କରାଯାଉଛି କର୍‌ଓ୍ବାଚୌଥ୍‌। କରୋନା ଯୋଗୁ ଏହି ମାହୋଲ ସୋସିଆଲ ମିଡିଆରେ ଅଧିକ ଦେଖିବାକୁ ମିଳୁଛି। କର୍‌ଓ୍ବାଚୌଥ୍‌ ବିଶେଷକରି ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ। ସ୍କ୍ରିନ୍‌ରୁ ଆରମ୍ଭ କରି ବାସ୍ତବ ଜୀବନ ପର୍ଯ୍ୟନ୍ତ ଉତ୍ସବକୁ ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ପାଳନ କରିଥାନ୍ତି ସେଲିବ୍ରିଟିମାନେ। ଖାସ୍‌ କରି ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବଲିଉଡ୍‌ ସେଲିବ୍ରିଟ୍‌ଙ୍କ ପାଇଁ ଏହା ସ୍ବତନ୍ତ୍ର। ଏହି ଦମ୍ପତିମାନଙ୍କ ଏହା ହେଉଛି ପ୍ରଥମ କର୍‌ଓ୍ବାଚୌଥ୍‌। ଏହି ଯୋଡ଼ିଙ୍କ ମଧ୍ୟରୁ କାଜଲ ଅଗ୍ରଓ୍ବାଲ ଏବଂ ଗୌତମ କିଚଲୁ ଅନ୍ୟତମ।

ଅକ୍ଟୋବର ୩୦ରେ କାଜଲ ଏବଂ ଗୌତମ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କାଜଲ ମୁମ୍ବାଇର ହୋଟେଲ ତାଜମହଲ ପ୍ୟାଲେସରେ ବିବାହ କରିଥିଲେ। ତେବେ କରୋନା ଯୋଗୁ ଅଧିକାଂଶ ଲୋକ ଏଥିରୁ ବାଦ୍‌ ପଡ଼ିଥିଲେ। କାଜଲ ଏବଂ କିଚଲୁଙ୍କର ଏହା ହେଉଛି ପ୍ରଥମ କର୍‌ଓ୍ବାଚୌଥ୍‌।

Share