Categories: ଜାତୀୟ

ଟିଏମ୍‌ସି ପକ୍ଷରୁ ଉତ୍ସବ ଆରମ୍ଭ, ୧୨,୦୦୦ ଭୋଟରେ ଆଗୁଆ ଦିଦି…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ନିର୍ବାଚନର ଭୋଟ ଗଣତି ରବିବାର ପୂର୍ବାହ୍ନ ୯ଟାଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରିୟଙ୍କା ଟିବରେଓ୍ବାଲଙ୍କଠାରୁ ପୂର୍ବାହ୍ନ ୧୧ଟା ସୁଦ୍ଧା ସୁଦ୍ଧା ଶେଷ ହୋଇଥିବା ଚତୁର୍ଥ ରାଉଣ୍ଡ ଭୋଟ ଗଣତିରେ ୧୨,୦୦୦ଭୋଟରେ ଆଗୁଆ ରହିଛନ୍ତି।

ମମତା ୧୬,୩୯୭ ଭୋଟ ପାଇଥିବାବେଳେ ପ୍ରିୟଙ୍କା ୩୯୬୨ ଭୋଟ ପାଇଛନ୍ତି। ଦିଦି ୧୨,୪୩୫ ଭୋଟରେ ଆଗୁଆ ରହିଛନ୍ତି। ଦିଦି ଆଗୁଆ ରହିଥିବା ନେଇ ତାଙ୍କ ଦଳ ଟିଏମ୍‌ସିର କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଏବେ ଟିଏମ୍‌ସିରେ ଉତ୍ସବ ଆରମ୍ଭ ହୋଇଛି।

Share