Advertisement

ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ

ଲୋଇସିଂହା,୧୪।୩(ସୁଶାନ୍ତ ବାରିକ) ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବଲାଙ୍ଗୀର ଜିଲା ଲୋଇସିଂହାକୁ ଏନଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଲୋଇସିଂହା ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସନ୍ଧ୍ୟାରେ ସ୍ଥାନୀୟ ବିଜେଡ଼ି ପକ୍ଷରୁ ବିଜୟ ଉତ୍ସବ ପାଳନ କରିଛି। ଯୁବନେତା ନିହାର ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଜନଜାତି ସ୍ବତନ୍ତ୍ର ପରିଷଦ ଅଧକ୍ଷ ବ୍ରଜ ମୋହନ ବିଶୋଇ, ବିଜେଡ଼ି ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, ପ୍ରଦୀପ ସାହୁକ ସମେତ ବହୁ ବିଜେଡ଼ି କର୍ମୀ ପଦ୍ମପୁର ଚାରିଛକରୁ ବ୍ଲକ ପର୍ଯ୍ୟନ୍ତ ଦୁଲଦୁଲି ବାଜା ବଜାଇ, ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରି ଶୋଭାଯାତ୍ରାରେ ଯାଇଥିଲେ। ୨୦୧୪ ମସିହାରୁ ପୂର୍ବତନ ବିଧାୟକ ଯୋଗେନ୍ଦ୍ର ବେହେରା ଏନଏସି ପାଇଁ ଉଦ୍ୟମ ଚଳାଇଥିଲେ। ପ୍ରସ୍ତାବିତ ଏନଏସି ଘୋଷଣା ପାଇଁ ଆଞ୍ଚଳିକ ବିକାଶ ପରିଷଦ ଓ ବିଭିନ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳନ ଚାଲିଥିଲେ। ଲୋଇସିଂହାବାସୀଙ୍କ ସ୍ବପ୍ନ ସାକାର ହୋଇଥିବାରୁ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ବ୍ଲକ ଅଧ୍ୟକ୍ଷ ପଟେଲ ଓ ବିଜେଡି ନେତୃବର୍ଗ ଧନ୍ୟବାଦ ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share