ସୋରଡ଼ା,୨୦।୧୧(ଡି.ଏନ୍.ଏ.): ଯୀଶୁଖ୍ରୀଷ୍ଟଙ୍କ ଚାଲିଥିବା ରାଜତ୍ୱ ଉତ୍ସବ ରବିବାର ଉଦ୍ଯାପିତ ହୋଇଯାଇଛି। ଚଳିତ ମାସ ୧୧ତାରିଖରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁ ଉପାସନା ରହି ଯୀଶୁ ପ୍ରାର୍ଥନା କରିଥିଲେ। ଏପରିକି ପ୍ରତିଦିନ ଅପରାହ୍ନରେ ଦିବ୍ୟଯଜ୍ଞ ଅନୁଷ୍ଠିତ ହେଉଥିଲା। ଶନିବାର ସନ୍ଧ୍ୟାରେ ଚର୍ଚ୍ଚ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଏନ୍ଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ଯୋଗଦେଇ ଉପସ୍ଥିତ ଶିଶୁ କଳାକାରଙ୍କୁ ଉତ୍ସାହିତ କରିଥିଲେ ।
ରବିବାର ସନ୍ଧ୍ୟାରେ ପାରମ୍ପରିକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଞ୍ଚଳର ଗୋଛା, ସମପଲ୍ଲୀ, ଗଉଡଗୋଠ, ମେରିକୋଟ, ଗଜଳବାଡିରୁ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଏହି ଅବସରରେ ସୁସଜିତ ଏକ ରଥରେ ଯୀଶୁଖ୍ରୀଷ୍ଟଙ୍କୁ ପୁଷ୍ପ, ଆଲୋକ ମାଳରେ ସୁସଜ୍ଜିତ କରି ନଗର ପରିକ୍ରମା କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁମାନେ ହାତରେ କ୍ୟାଣ୍ଡେଲ ଧରି ଶୋଭାଯାତ୍ରାରେ ବାହାରିଥିଲେ। ସ୍ଥାନୀୟ ପୋଲିସ ପକ୍ଷରୁ ସହଯୋଗ କରାଯାଇଥିଲା। ସୁନୀଲ ବେହେରା, ଜିତୁ ସିଂ, ବାପୁଲ ପାଣ୍ଡେ, ଅନୁପ ପରିଚ୍ଛା, ସୁଶାନ୍ତ ମାଇକେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।