Categories: ବାଣିଜ୍ୟ

ବେଦାନ୍ତ ଇ-ଲର୍ନିଂ ଅଭିଯାନର ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର,୧୮।୭: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍‌ ଝାରସୁଗୁଡ଼ା ପକ୍ଷରୁ ୨୦୨୨ରେ ଆରମ୍ଭ କରାଯାଇଥିବା ଇ-ଲର୍ନିଂ ଅଭିଯାନର ପ୍ରଥମ ପୂର୍ତ୍ତି ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ୍‌ (ଏଚ୍‌ଏସ୍‌ସି) ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଝାରସୁଗୁଡା ଜିଲାର ଶ୍ରେଷ୍ଠ ୧୩ ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଏପରିକି ବେଦାନ୍ତର ଇ-ଲର୍ନିଂ ଅଭିଯାନ ବିଦ୍ୟାଗ୍ରହର ପ୍ରଥମ ବର୍ଷକୁ ସଫଳତାର ସହ ଶେଷ କରାଯାଇଛି। ଅପରପକ୍ଷରେ ଝାରସୁଗୁଡା ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପୁଷ୍ପା ମିଞ୍ଜଙ୍କ ଉପସ୍ଥିତିରେ ଉକ୍ତ ଅଭିଯାନର ଅଂଶଗ୍ରହଣକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଉଦ୍ୟମକୁ ମଧ୍ୟ ସ୍ବୀକୃତି ଦିଆଯାଇଛି।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଓଓ (ଆଲୁମିନିୟମ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, ଛାତ୍ରମାନଙ୍କୁ ଗୁଣାତ୍ମକ ଡିଜିଟାଲ ଶିକ୍ଷା ଏବଂ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ଖୋଲିବାର ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ବିଦ୍ୟାଗ୍ରହର ଆରମ୍ଭ କରାଯାଇଥିଲା। ବିଶେଷ କରି ଉକ୍ତ ଅଭିଯାନ ୨ୟ ପର୍ଯ୍ୟାୟରେ ପ୍ରବେଶ କରିଥିବାବେଳେ ବେଦାନ୍ତ ଆଲୁମିନିୟମ୍‌ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ସେହିଭଳି ଡିଇଓ ପୁଷ୍ପା ମିଞ୍ଜ କହିଛନ୍ତି, ଏହି ଅଭୂତପୂର୍ବ ପ୍ରଶିକ୍ଷଣ ପ୍ଲାଟଫର୍ମକୁ ଆଗେଇ ନେଇଥିବାରୁ ମୁଁ ବେଦାନ୍ତ ଝାରସୁଗୁଡା କର୍ତ୍ତୃପକ୍ଷଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।

Share