ସୁଲଭ ମୂଲ୍ୟରେ ସେଲିବ୍ରଶନ ପ୍ୟାକେଟ

ଭୁବନେଶ୍ୱର, ୧୫।୧୦: ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ହୋଟେଲ ଏମ୍ପାୟାର୍ସସ୍ଥିତ ଡେଲି କାଫେ ଠାରେ ଏକ ସ୍ବତନ୍ତ୍ର ଦୀପାବଳି ଉପହାର କାଉଣ୍ଟର ଶନିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ନୈନା ଦାଶ ଏବଂ ଅଭିନେତା ପ୍ରୀତିରାଜ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘ୍‌ାଟନ କରିଥିଲେ। ବିଶେଷକରି ଦୀପାବଳି ଅବସରରେ ଦୋକାନ ବଜାରରେ ଅନେକ ଭିଡ଼ ଜମିିଥାଏ। ଏ ପରିସ୍ଥିତିରେ ବଜାରକୁ ଯାଇ ଉପହାର କିଣିବା ବହୁ କଷ୍ଟକର ହୋଇଥାଏ। ଏହାକୁ ନଜରରେ ରଖି ଏମ୍ପାୟାର୍ସ ସ୍ଥିତ ଡେଲି କାଫେଠାରେ ଏକ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଛି। ଯେଉଁଠାରେ ଗ୍ରାହକମାନେ ମିଠା ଓ ଡ୍ରାଇ ଫ୍ରୁଟ୍‌ର ଅସରନ୍ତି ସମ୍ଭାର ଓ ଫେଷ୍ଟିଭ ସେଲିବ୍ରଶନ ପ୍ୟାକେଟ ଆଦି ପାଇପାରିବେ। ଯେଉଁଥିରେ ମିଳିବ ୫୦ରୁ ଅଧିକ କିସମର ଦିୱାଲି ହାପ୍ପି ହାମ୍ପର ପ୍ୟାକେଟ , ଯାହାର ପ୍ରାରମ୍ଭିକ ମୂଲ୍ୟ ୫୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।
ଅପରପକ୍ଷରେ ସୁସଜ୍ଜିତ ରାପିଙ୍ଗ୍‌ ବକ୍ସ, ଟ୍ରେ ଏବଂ ଜୁଡି ସହିତ ପ୍ୟାକେଟ ଉପଲବ୍ଧ ହେଉଥିବାବେଳେ ଅଧିକ ଅର୍ଡର କିମ୍ବା କର୍ପୋରେଟ୍‌ ଅର୍ଡର ପାଇଁ ଅଗ୍ରିମ ବୁକିଂରେ ୧୦%ର ଏକ ସ୍ବତନ୍ତ୍ର ରିହାତି ଦିଆଯାଉଛି ବୋଲି ହୋଟେଲ ଏମ୍ପାୟାର୍ସର ଉପସଭାପତି ସଞ୍ଜୟ ମିଶ୍ର କହିଛନ୍ତି।

Share