ସୁନ୍ଦରୀ ହେବାକୁ କରିଥିଲେ ସର୍ଜରୀ, ହେଲେ ଜୀବନ ନେଲା…

ବମ୍ବେ: ଅଭିନେତା ତଥା ଅଭିନେତ୍ରୀମାନେ ନିଜର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ନାନାଦି ଉପାୟ ଆପଣାଇଥାନ୍ତି। ସେଥିରୁ ଗୋଟିଏ ହେଲା ସର୍ଜରୀ। ଅନେକେ ସର୍ଜରି କରି ପୂର୍ବଠାରୁ ଅଧିକ ସୁନ୍ଦରୀ ହୋଇଥିବା ବେଳେ କିଛିଙ୍କ କ୍ଷେତ୍ରରେ ଓଲଟା ହୋଇଛି। ଏପରିକି କେତେଜଣଙ୍କ ସର୍ଜରୀ ପରେ ମୃତ୍ୟୁ ଘଟିଛି।

ଦକ୍ଷିଣ ସିନେମାଜଗତର ଜଣାଶୁଣା ଷ୍ଟାର ଆରତୀ ଅଗ୍ରଓ୍ବାଲଙ୍କ ୩୧ ବର୍ଷ ବୟସରେ ନିଧନ ହୋଇଥିଲା। ସେ ଲିପୋସକ୍ସନ୍‌ ସର୍ଜରୀ କରାଇଥିଲେ ହେଁ ଏହା ସଫଳ ହୋଇ ନ ଥିଲା। ଶେଷରେ ଆମେରିକାର ଏକ ଡାକ୍ତରଖାନାରେ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇ ନ ଥିଲା। ଆରତୀ ୨୫ରୁ ଅଧିକ ଫିଲ୍ମରେ ନଜର ଆସିଥିବା ବେଳେ ଶେଷ ଫିଲ୍ମ ‘ସନମ ୨’ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ରିଲିଜ ହୋଇଥିଲା।

‘ତାରକ ମେହତା କା ଉଲଟା ଚଷମା’ରେ ନଜର ଆସିଥିବା ଅଭିନେତା କବି କୁମାରଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିଲା। ସେ ୨୦୦ କିଲୋଗ୍ରାମ ଓଜନର ଥିବା ବେଳେ ସର୍ଜରୀ କରି ୮୦ କିଗ୍ରା ଓଜନ କରିଥିଲେ। ଏହା ସଫଳ ହୋଇଥିଲେ ହେଁ ଶାରିରିକ ସମସ୍ୟା ବଢ଼ିଥିଲା। ୨୦୧୮ରେ ହଠାତ୍‌ ହୃଦ୍‌ଘାତରେ ତାଙ୍କର ନିଧନ ହୋଇଥିଲା।

ଅଭିନେତ୍ରୀ ରାକେଶ ଦିବାନା ମୋଟାପଣ କମ୍‌ କରିବାକୁ ଯାଇ ସର୍ଜରୀ କରାଇଥିଲେ। ଏହାର ଠିକ୍‌ ୪ ଦିନ ପରେ ତାଙ୍କର ନିଧନ ହୋଇଥିଲା। ବଙ୍ଗାଳି ଫିଲ୍ମ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ କିଟୋ ଡାଇଟ୍‌ କାରଣରୁ ମୃତ୍ୟୁ ଘଟିଥିଲା। କାରଣ ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଥିଲା।

ସେହିଭଳି ଫ୍ୟାଶନ ଶୋ’ରେ ଭାଗ ନେବା ବେଳେ ଏନୋରେକ୍ସିଆ ନର୍ବୋସା ଯୋଗୁ ଲୁଇସେଲ ରାମୋସ ଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ସେ ମାତ୍ର ୨୨ ବର୍ଷର ଥିଲେ। ସେ ଅନେକ ଦିନ ଯାଏ କିଛି ନ ଖାଇ ନ ପିଇ ଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ବାପା କହିଥିଲେ।

Share