ବଲିଉଡର ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ୍‌ ସୂରଜ ଗୋଦାମ୍ବେ ଗିରଫ

ମୁମ୍ବାଇ,୧୦।୧୨-ଡ୍ରଗ୍ସ କାରବାର ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ବଲିଉଡର ନାମିଦାମୀ ହେୟାର ଷ୍ଟାଇଲିଷ୍ଟଙ୍କୁ ଗିରଫ କରିଛି। ସେ ହେଲେ ସୂରଜ ଗୋଦାମ୍ବେ। ଏଥିସହିତ ଆଉ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ଅଟକ ରଖାଯାଇଛି।
ଏନସିବି ପକ୍ଷରୁ କୁହାଯାଇଛି, ୨ ଜଣଙ୍କୁ ଓଶିଓ୍ବାରା, ଅନ୍ଧେରୀର ମୀରା ଟାଓ୍ବାର ପାଖରୁ ଗିରଫ କରାଯାଇଛି। ଉଭୟଙ୍କଠାରୁ ୧୧ଗ୍ରାମ କୋକେନ ଜବତ କରାଯାଇଛି। ଜବତ କୋକେନର ଆନୁମାନିକ ମୂଲ୍ୟ ପ୍ରାୟ ୫୬ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Share