ସେନ୍ସର ବୋର୍ଡକୁ ପସନ୍ଦ ଆସିଲା ଅନନ୍ୟା-ବିଜୟଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’କୁ ଦର୍ଶକେ ବେଶ କିଛି ସମୟ ହେବ ଅପେକ୍ଷା କରି ରହିଛନ୍ତି । କରଣ ଜୋହରଙ୍କ ପ୍ରଡକ୍ସନରେ ନିର୍ମାଣ କରାଯାଇଥିବା ପ୍ରଥମ ପ୍ୟାନ ଇଣ୍ଡିଆ ମୁଭି ଦେଖିବାକୁ ଦର୍ଶକେ ଅପେକ୍ଷା ରଖିଛନ୍ତି । ବିଜୟ ଏହି ମୁଭିରେ ବକ୍ସର ଭୂମିକାରେ ନଜର ଆସୁଥିବା ବେଳେ ଅନନ୍ୟା ତାଙ୍କ ଲଭ ଇଣ୍ଟରେଷ୍ଟ ଭାବେ ଦେଖାଦେବେ । ଏବେ ଫିଲ୍ମର ପ୍ରଥମ ରିଭ୍ୟୁ ଆସିଛି ।
ବଲିଉଡ ଲାଇଫର ଖବର ଅନୁଯାୟୀ, ମୁଭି ‘ଲାଇଗର’ ସେନ୍ସର ବୋର୍ଡର ସମସ୍ତ ଫର୍ମାଲିଟି ପୂରଣ କରି ସାରିଛି । ଏହାକୁ ୟୁଏ ସାର୍ଟିଫିକେଟ ବି ଦିଆଯାଇଛି । ଏହାସହ ‘ଲାଇଗର’ର ପ୍ରଥମ ରିଭ୍ୟୁ ସାମ୍ନାକୁ ଆସିଛି । କୁହାଯାଉଛି କି ସେନ୍ସର ବୋର୍ଡ ମୁଭିକୁ ଖୁବ୍ ପସନ୍ଦ କରିଛନ୍ତି । ସେନ୍ସର ବୋର୍ଡର ସୂଚନା ଅନୁଯାୟୀ, ମୁଭିର ରନ୍ ଟାଇମ୍ ୨ ଘଣ୍ଟା ୨୦ ମିନିଟ ରହିଛି । ଏଥିରେ ଖୁବ୍ ସୁନ୍ଦର ସିନ୍ ସବୁ ରହିଛି । ଏଥିରେ ଆକ୍ସନ ବି ରହିଛି । ଏହା ୨୫ ଅଗଷ୍ଟରେ ରିଲିଜ୍ କରାଯିବ । ଏଥିରେ କେବଳ ବିଜୟ-ଅନନ୍ୟା ନୁହେଁ ଅନ୍ୟ କଳାକାରଙ୍କ ଅଭିନୟ ବି ସେନ୍ସର ବୋର୍ଡ ମନକୁ ପାଇଛି ।

Share