ଚାଇନା ଅଧିକାରୀଙ୍କ ମନ୍ତବ୍ୟକୁ ସେନସର କରାଗଲା, ଦେଶରୁ ବାହାରକୁ ଯିବନି କରୋନା ତଥ୍ୟ !…

ବେଜିଂ,୨୪।୧୨ : ଚାଇନାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହଥିଲେ ଯେ ଚାଇନାର ଏକ ସହରରେ ପ୍ରତିଦିନ ପାଞ୍ଚ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ତେବେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଏହି ମନ୍ତବ୍ୟକୁ ତୁରନ୍ତ ସେନ୍ସର କରାଯାଇଥିଲା।

କିଙ୍ଗଦାଓ୍ବଠାରେ ଶାସକ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ପରିଚାଳିତ ଏକ ଖବର ପ୍ରସାରଣ ଶୁକ୍ରବାର ସ୍ଥାନୀୟ ମ୍ୟୁନିସିପାଲିଟିର ସ୍ବାସ୍ଥ୍ୟ ମୁଖ୍ୟଙ୍କୁ ଜଣାଥିଲା ଯେ ଏହି ସହର ପ୍ରତିଦିନ ୪୯୦,୦୦୦ ରୁ ୫୩୦,୦୦୦ ମଧ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି।

ସ୍ବାସ୍ଥ୍ୟ ଅଧିକାରୀ ବୋ ତାଓ୍ବ କହିଥିଲେ ଯେ ପ୍ରାୟ ୧୦ ନିୟୁତ ଜନସଂଖ୍ୟାଥିବା ଉପକୂଳବର୍ତ୍ତୀ ସହର କିଙ୍ଗଦାଓରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସପ୍ତାହକ ମଧ୍ୟରେ ସଂକ୍ରମଣ ହାର ଆଉ ୧୦ ପ୍ରତିଶତ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହି ରିପୋର୍ଟକୁ ଅନ୍ୟ ଖବର କାଗଜ ଦ୍ୱାରା ଶେୟାର କରାଯାଇଥିଲା। କିନ୍ତୁ ତଥ୍ୟକୁ ହଟାଇବା ସହିତ ଏହାକୁ ସେନସର କରି ଶନିବାର ସକାଳେ ପରିବର୍ତ୍ତନ କରାଯାଇଛି। ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର ଦେଶରୁ ବାହାରକୁ କରୋନା ତଥ୍ୟ ଯିବନି ବୋଲି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

Share