Categories: ଜାତୀୟ

ଜନଗଣନା ଏବେ ନୁହେଁ

ନୂଆଦିଲ୍ଲୀ,୪।୧: ଦଶବର୍ଷକୁ ଥରେ କରାଯାଉଥିବା ଜନଗଣନା ୨୦୨୦-୨୧ରେ ହେବାର ଥିଲା। ମାତ୍ର କୋଭିଡ୍‌ ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ନିକଟ ଭବିଷ୍ୟତରେ ମଧ୍ୟ ଜନଗଣନା ହେବାର ନାହିଁ।

ସମ୍ଭବତଃ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଥିବାରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହିଁ। ଦେଶର ସବୁଠୁ ବଡ଼ ଜନଗଣନା କେବେ କରାଯିବ, ତାହା ଜଣା ନାହିଁ। ଜନଗଣନା ପରେ ହିଁ ଜାତୀୟ ଲୋକସଂଖ୍ୟା ରେଜିଷ୍ଟର (ଏନ୍‌ପିଆର) ଅପଡେଟ୍‌ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଜନଗଣନା ପୂର୍ବରୁ ଜିଲା, ସବ୍‌-ଡିଭିଜନ, ତହସିଲ, ଥାନାର ସୀମାରେ ପରିବର୍ତ୍ତନ ଉପରେ ପ୍ରତିବନ୍ଧକ ଲଗାଯିବାର ଏକ ବାଧ୍ୟତାମୂଳକ ନିୟମ ରହିଛି। କେନ୍ଦ୍ର ସରକାର ପ୍ରଥମେ ୨୦୨୦ ଜାନୁୟାରୀରୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟମାନଙ୍କ ଉପରେ ଏହି କଟକଣା ଲଗାଇଥିଲେ। ପାଣ୍ଡେମିକ କାରଣରୁ ଏହି କଟକଣାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଆଉ ଏବେ ଏହାକୁ ଚଳିତ ବର୍ଷ ଜୁନ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

 

Share