Categories: ଜାତୀୟ

ପୁଣି ବିଳମ୍ବ ହେବ ଜନଗଣନା

ନୂଆଦିଲ୍ଲୀ, ୩ା୭: ୨୦୨୧ରେ ହେବାକୁ ଥିବା ଜନଗଣନା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୨୦୨୪-୨୫କୁ ଘୁଞ୍ଚାଯାଇଛି। ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ଗତ ମାସରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇଥିବା ପତ୍ରରେ ପ୍ରଶାସନିକ ସୀମା ନିର୍ଦ୍ଧାରଣ ସମୟସୀମା ୨୦୨୪ ଜାନୁୟାରୀକୁ ଘୁଞ୍ଚାଗଲା ବୋଲି କୁହାଯାଇଛି। ସୀମା ନିର୍ଦ୍ଧାରଣର କିଛି ମାସ ପରେ ଜନଗଣନା ଆରମ୍ଭ ହୋଇଥାଏ। ଆସନ୍ତାବର୍ଷ ପ୍ରଥମ ଭାଗରେ ଲୋକ ସଭା ନିର୍ବାଚନ ଥିବାରୁ ୨୦୨୩ରେ ଜନଗଣନା ସମ୍ଭବ ନୁହେଁ। ଜନଗଣନା ପୂର୍ବରୁ ପ୍ରଥମେ ଗୃହଗଣନା କରାଯାଇଥାଏ। ପୂର୍ବରୁ ପ୍ରଶାସନିକ ସୀମା ନିର୍ଦ୍ଧାରଣ ପାଇଁ ଶେଷ ତାରିଖ ୨୦୨୩ ଜୁନ୍‌ ୩୦ ଧାର୍ଯ୍ୟ ହୋଇଥିଲା। ଏହା ପୂର୍ବରୁ ଶେଷ ତାରିଖ ୨୦୨୨ ଡିସେମ୍ବର ୩୧ ଥିଲା।

Share