Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ଦ୍ୱାରା କମିଟି ଗଠନ ପାଇଁ କେନ୍ଦ୍ର ରାଜି

ନୂଆଦିଲ୍ଲୀ,୧୪।୨: ହିଣ୍ଡେନ୍‌ବର୍ଗ-ଆଦାନୀ ଗ୍ରୁପ୍‌ ବିବାଦ ପରେ ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରା କମିଟି ଗଠନ ପ୍ରସ୍ତାବରେ କେନ୍ଦ୍ର ସରକାର ସୋମବାର ରାଜି ହୋଇଛନ୍ତି। ତେବେ କମିଟି ଯୋଗୁ ପୁଞ୍ଜିନିବେଶ ଓ ଅର୍ଥ ପ୍ରବାହ ଯେପରି ପ୍ରଭାବିତ ନ ହୁଏ, ତାହା ଉପରେ ଧ୍ୟାନ ଦେବାକୁ କେନ୍ଦ୍ର କହିଛି। ଭବିଷ୍ୟତରେ ନିବେଶକମାନଙ୍କ ଅର୍ଥ ଯେପରି ସୁରକ୍ଷିତ ରହିବ ଏବଂ ଏଭଳି ସ୍ଥିତିକୁ ପରିଚାଳନା କରିବାରେ ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଯେପରି ସକ୍ଷମ ହେବ ସେଥିପାଇଁ ପ୍ରସ୍ତାବ ଦେବା ନିମନ୍ତେ କମିଟି ଗଠନ କରିବାରେ ସରକାରଙ୍କର କୌଣସି ଆପତ୍ତି ନାହିଁ ବୋଲି ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ। ବୁଧବାର ସୁଦ୍ଧା ପ୍ରସ୍ତାବିତ ସର୍ତ୍ତାବଳୀ ଉପରେ ଏକ ନୋଟ୍‌ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିବା ସହ ପରବର୍ତ୍ତୀ ଶୁଣାଣି ଶୁକ୍ରବାରକୁ ଧାର୍ଯ୍ୟ କରିଛନ୍ତି।

Share