୨୭ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ନା ବିଦେଶ ଫେରନ୍ତା, ନା କାହା ସଂସ୍ପର୍ଶରେ ଆସିଛନ୍ତି

ନୂଆଦିଲ୍ଲୀ,୨୪ ।୧୨: ଦେଶରେ ବେଳକୁ ବେଳ ଭୟଙ୍କର ରୂପ ନେଉଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ତେବେ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ମଧ୍ୟରୁ ୨୭ ପ୍ରତିଶତ ନା ବିଦେଶରୁ ଫେରିଛନ୍ତି ନା ବିଦେଶ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ହେଲେ ଏମାନେ ଓମିକ୍ରନ୍ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିମଧ୍ୟରୁ ୩ ଜଣ ଦିଲ୍ଲୀର ବୋଲି ଜଣାପଡିଛି । ଯେଉଁମାନେ ଏକ ପଞ୍ଚତାରକା ହୋଟେଲରେ ବିବାହ ଉତ୍ସବରେ ଯୋଗଦେବା ପରେ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହାକୁ ଦେଖି କେନ୍ଦ୍ର ସରକାର ୭ ରାଜ୍ୟର ମହାଗନରକୁ ଆଲର୍ଟ ରହିବାକୁ କହିଛନ୍ତି । ଏପର୍ଯ୍ୟନ୍ତ ଓମିକ୍ରନ୍ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଏହା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ସେଥିପାଇଁ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଓଡ଼ିଶାର ମହାଗନରର ପ୍ରତ୍ୟେକ କରୋନା ସଂକ୍ରମିତ ରୋଗୀଙ୍କ ଜିନୋମ ସିକ୍ୟୁଏନସିଂ ପାଇଁ ଲିଖିତ ନିର୍ଦ୍ଦେଶ ଦିଆଯାଇଛି । ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ମଧ୍ୟରୁ ୬୦ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥିବା ଜଣାପଡିଛି ।

Share