୫୯ନମ୍ବର ଜାତୀୟ ରାଜପଥର ୨୭କିମି ରାସ୍ତା ପ୍ରଶସ୍ତିକରଣ ପାଇଁ ୭୧୮କୋଟି ମଞ୍ଜୁର କଲା କେନ୍ଦ୍ର

ଭୁବନେଶ୍ୱର,୨୭।୨: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ୫୯ନମ୍ବର ଜାତୀୟ ରାଜପଥର ୨୬.୯୬କିମି ରାସ୍ତାର ପ୍ରଶସ୍ତିକରଣ ପାଇଁ ୭୧୮.୨୬କୋଟି ଟଙ୍କା ମଞ୍ଜୁର କରିଛନ୍ତି। କନ୍ଧମାଳ ଓ ଗଞ୍ଜାମ ଜିଲା ଦେଇ ଯାଇଥିବା ଏହି ୫୯ ନମ୍ବର ଜାତୀୟ ରାଜପଥ ଦାରିଙ୍ଗିବା ଘାଟି ସେକ୍ସନର ପ୍ରଶସ୍ତିକରଣ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି।

୨୦୨୩-୨୪ ଆର୍ଥିକ ବର୍ଷର ଯୋଜନାରେ ଏହି ୨୬.୯୬କିମି ରାସ୍ତାର ପ୍ରଶସ୍ତିକରଣ ପାଇଁ ୭୧୮.୨୬କୋଟି ଟଙ୍କା ମଞ୍ଜୁର କରାଯାଇଥିବା ନେଇ ଏକ୍ସ ପୋଷ୍ଟ ମାଧ୍ୟମରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ।

Share