ଓମିକ୍ରନ୍ ଯୋଗୁ ସ୍ଥିତି ହୋଇପାରେ ଅସମ୍ଭାଳ, କଡା ନିୟମ ପାଳନ କରିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮ ।୧୨: କରୋନାର ନୂଆ ଭାରିଏଣ୍ଟ ଏବେ ସାରା ବିଶ୍ୱକୁ ବ୍ୟାପି ଚାଲିଛି । ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପହଞ୍ଚି ସାରିଥିବା ବେଳେ ଏବେ ଓମିକ୍ରନରେ ୬୦୦ରୁ ଅଧିକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜଭୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୨୧ରେ ଜାରି କରାଯାଇଥିବା ଆଡଭାଇଜରୀକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । କେନ୍ଦୀୟ ଗୃହ ସଚିବ ଅଜୟ ଭଲ୍ଲା ରାଜ୍ୟକୁ ଲେଖିଥିବା ଚିଠିରେ ଏହା ଉଲ୍ଲେଖ କରିଛନ୍ତି । ଏପଟେ ଓମିକ୍ରନ୍ ସଂକ୍ରମିତଙ୍କ ଆଇସୋଲେଶନ ଅବଧି ୧୦ ଦିନରୁ କମାଇ ୫ ଦିନ କରାଯିବାକୁ ବିଚାର କରାଯାଉଛି ।

Share