Categories: ଜାତୀୟ

ଆଧାର କାର୍ଡ ବିଶ୍ୱର ସବୁଠାରୁ ବିଶ୍ୱସ୍ତ ଡିଜିଟାଲ ପରିଚୟ ପତ୍ର

ନୂଆଦିଲ୍ଲୀ,୨୭।୯: ଆଧାର କାର୍ଡକୁ ବିଶ୍ୱର ସବୁଠାରୁ ବିଶ୍ୱସ୍ତ ଡିଜିଟାଲ ପରିଚୟ ପତ୍ର ବୋଲି ବର୍ଣ୍ଣନା କରି ଭାରତ ସରକାର ଗ୍ଲୋବାଲ ରେଟିଂ ଏଜେନ୍ସି ମୁଡିଜ ଇନଭେଷ୍ଟର୍ସ ସର୍ଭିସର ରିପୋର୍ଟକୁ ଖାରଜ କରିଛନ୍ତି। ସେପ୍ଟେମ୍ବର ୨୧ରେ ଏକ ରିପୋର୍ଟ ଜାରି କରି ମୁଡିଜର ନିବେଶକମାନେ ଆଧାର ସହ ଜଡିତ ଲୋକଙ୍କ ସୁରକ୍ଷା ଏବଂ ଗୋପନୀୟତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

ମନରେଗା ଯୋଜନା ବିଷୟରେ ସୂଚନା ଦେଇ ରିପୋର୍ଟରେ କୁହାଯାଇଛି ଯେ ଭାରତର ଗରମ ଏବଂ ଆର୍ଦ୍ର ଜଳବାୟୁରେ ଆଧାରର ବାୟୋମେଟ୍ରିକ ସିଷ୍ଟମ ଉପରେ ବିଶ୍ୱାସ କରାଯାଇପାରିବ ନାହିଁ। ବେଳେବେଳେ ଏହା ସଠିକ ଭାବରେ କାମ କରେ ନାହିଁ। ଯେଉଁ କାରଣରୁ ଶ୍ରମିକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ସେପ୍ଟେମ୍ବର ୨୫ରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ମୁଡିଜ ଦାବିକୁ ଭିତ୍ତିହୀନ ବୋଲି କହିଛି। କୌଣସି ପ୍ରମାଣ ବିନା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଭାରତର ୧୦୦ କୋଟିରୁ ଅଧିକ ଲୋକ ଏହାକୁ ବିଶ୍ୱାସ କରନ୍ତି ବୋଲି ସରକାର କହିଛନ୍ତି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏବଂ ବିଶ୍ୱ ବ୍ୟାଙ୍କ ଆନ୍ତର୍ଜାତୀୟ ଏଜେନ୍ସି ଆଧାର କାର୍ଡକୁ ପ୍ରଶଂସା କରିଛନ୍ତି।

କେନ୍ଦ୍ର କହିଛି ଯେ ଆଧାର ସିଷ୍ଟମରେ ଯୋଗାଯୋଗହୀନ ବାୟୋମେଟ୍ରିକ୍ସ ମାଧ୍ୟମରେ ଚେହେରା ଏବଂ ଆଖି ମାଧ୍ୟମରେ ଯାଞ୍ଚ କରାଯାଇଥାଏ। ଏହା ବ୍ୟତୀତ ଉପଭୋକ୍ତାମାନେ ମଧ୍ୟ ମୋବାଇଲ ଓଟିପି ମାଧ୍ୟମରେ ଆଧାର ଯାଞ୍ଚ କରିପାରନ୍ତି। ମୁଡିଜ ନିଜ ରିପୋର୍ଟରେ ଏହା ଉଲ୍ଲେଖ କରିନାହିଁ।
ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅନୁଯାୟୀ, ମନରେଗାରେ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଥାଏ। ଡାଟାବେସରେ ସେମାନଙ୍କର ଆଧାର ନମ୍ବର ଯୋଡିବା ପାଇଁ ସେମାନଙ୍କୁ ବାୟୋମେଟ୍ରିକ ପ୍ରଦାନ କରିବାର ଆବଶ୍ୟକତା ନାହିଁ ।
ମୁଡିଜ ରିପୋର୍ଟରେ ଅଭିଯୋଗ ଲଗାଇବା ପୂର୍ବରୁ କୌଣସି ତଥ୍ୟ କିମ୍ବା ଅନୁସନ୍ଧାନ କରିନାହିଁ।

Share