ରାଜ୍ୟକୁ ୫୨ କୋଟିରୁ ଅଧିକ ଡୋଜ ଭ୍ୟାକ୍ସିନ ଯୋଗାଇ ଦେଲାଣି କେନ୍ଦ୍ର

ନୂଆଦିଲ୍ଲୀ,୮ ।୮: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି କି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୫୨.୩୭ କୋଟିରୁ ଅଧିକ ଡୋଜ କରୋନା ଭ୍ୟାକ୍ସିନ ଯୋଗାଇ ଦିଆଯାଇଛି । ଆହୁରି ୮ଲକ୍ଷ ୯୯ ହଜାର ୨୬୦ ଡୋଜ ଯୋଗାଇ ଦେବାର ପ୍ରକ୍ରିୟା ଚାଲିଛି । ଏବେ ପର୍ଯ୍ୟନ୍ତ ଦେଶରେ ୫୦.୬୮ କୋଟି ଡୋଜ ଭ୍ୟାକ୍ସିନ ଦିଆ ସରିଥିବା ରିପୋର୍ଟ କହୁଛି । ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯,୦୭୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୪୯୧ ଜଣଙ୍କ ମୃତୁୃ ହୋଇଛି । ଏହିପରି ଭାବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୨୭,୮୬୨ ହୋଇଥିବା ବେଳେ ଏବେ ଦେଶରେ ଦ୍ୱିତୀୟ ଲହରର ପ୍ରକୋପ କମ୍ ହେବାରେ ଲାଗିଛି । ତେବେ ତୃତୀୟ ଲହରକୁ ନେଇ ଏବେବି ମନରେ ଭୟ ସୃଷ୍ଟି ହେଉଛି । ସେଥିପାଇଁ ଆଗମୀ ୬ ମାସ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

Share