Categories: ଜାତୀୟ

ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଆଡଭାଇଜରୀ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ, ୧୦।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାକୁ ଦୃଷ୍ଟିରେ ରଖି ମହିଳାଙ୍କୁ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମର୍ମରେ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କ ଲାଗି ଆଡଭାଇଜରୀ ଜାରି କରାଯାଇଛି। ମହିଳା ଉପରେ ବୃଦ୍ଧି ପାଉଥିବା ନିର୍ଯାତନାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ମାମଲାରେ ଏଫ୍‌ଆଇଆର୍‌ ଦାଏର କରିବାକୁ ଅନିବାର୍ଯ୍ୟ କରାଯାଇଛି। ବଳାତ୍କାର ଭଳି ଘଟଣାରେ ପୀଡ଼ିତାଙ୍କୁ ମାମଲା ଦାଏର ପାଇଁ ଥାନା ପରେ ଥାନା ଘୁରିବାକୁ ପଡୁଥିବା ଅଭିଯୋଗ ମିଳିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି। ଆଇପିସି ଏବଂ ସିଆର୍‌ପିସି ପ୍ରାବଧାନ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଭଳି ମାମଲାରେ ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଡଭାଇଜରୀରେ ସୂଚିତ କରାଯାଇଛି।

Share