Categories: ଜାତୀୟ

ଘରୋଇ ମେଡିକାଲ କଲେଜ ଉପରେ କେନ୍ଦ୍ରର ନିୟନ୍ତ୍ରଣ ନାହିଁ: ୟେଚୁରୀ

ନୂଆଦିଲ୍ଲୀ, ୩ା୩: ଭାରତର ଘରୋଇ ମେଡିକାଲ କଲେଜଗୁଡ଼ିକରେ ଡାକ୍ତରୀ ଛାତ୍ରୀଛାତ୍ରଙ୍କଠାରୁ ଅତ୍ୟଧିକ ଫି’ ନିଆଯାଉଛି। ଏଭଳି ଶିକ୍ଷାନୁଷ୍ଠାନ ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ନ ଥିବାରୁ ପିଲାମାନେ ମେଡିକାଲ ଶିକ୍ଷା ପାଇଁ ବିଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି ବୁଧବାର ଭାରତୀୟ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌) ପକ୍ଷରୁ ସମାଲୋଚନା କରାଯାଇଛି। ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରେ ବହୁ ଭାରତୀୟ ଡାକ୍ତର ଛାତ୍ରୀଛାତ୍ର ଫସି ରହିଥିବାବେଳେ ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଟୁଇଟ୍‌ କରି କହିଛନ୍ତି, ମୋଦି ସରକାର ଘରୋଇ ମେଡିକାଲ କଲେଜଗୁଡ଼ିକୁ ଅତ୍ୟଧିକ ଲାଭ ଦେବା ଲାଗି ଫିଜ୍‌ ବୃଦ୍ଧି ଅନୁମତି ପ୍ରଦାନ କରିଛନ୍ତି। ଏଥିଯୋଗୁ ପରିବାରମାନେ ସେମାନଙ୍କ ପିଲାଙ୍କୁ ବିଦେଶକୁ ପଠାଇବାକୁ ବାଧ୍ୟ ହେଉଛନ୍ତି। ଛାତ୍ରୀଛାତ୍ର ସେଠାରେ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି। ଶିକ୍ଷା ଦୋକାନ ବନ୍ଦ କରାଯାଉ ଏବଂ ସରକାରୀ ପ୍ରଫେସନାଲ କଲେଜ ଅଧିକ ଖୋଲାଯାଉ ବୋଲି ସେ କହିଛନ୍ତି।

Share