ଟିକାକରଣ ନେଇ ମହାରାଷ୍ଟ୍ର ସରକାରଙ୍କୁ କେନ୍ଦ୍ରର ଟାର୍ଗେଟ

ନୂଆଦିଲ୍ଲୀ,୧୭।୩: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କୁ ଟାର୍ଗେଟ୍‌ କରାଯାଇଛି। ଏହି ମର୍ମରେ କେନ୍ଦ୍ର ପ୍ରକାଶ ଜାଭେଡ୍‌କର କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କୁ ୫୪ ଲକ୍ଷ କରୋନା ଡୋଜ୍‌ ଯୋଗାଇ ଦିଆଯାଇଥିଲା। ତେବେ ରାଜ୍ୟ ସରକାର କେବଳ ୨୩ ଲକ୍ଷ ଡୋଜ୍‌ ବ୍ୟବହାର କରିଛନ୍ତି। ଏହାର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ଅପାରଗତାକୁ ସୂଚିତ କରୁଛି ବୋଲି ସେ କହିଛନ୍ତି। ରାଜ୍ୟରେ ୪୨ ପ୍ରତିଶତରୁ ଅଧିକ ଡୋଜ୍‌ ବ୍ୟବହୃତ ହୋଇଥିବାବେଳେ ମାର୍ଚ୍ଚ ୧୨ ସୁଦ୍ଧା ୫୬ ପ୍ରତିଶତ ଟିକା ସେଭଳି ପଡ଼ି ରହିଥିବା ପ୍ରକାଶ ଜାଭେଡ୍‌କର ବୁଧବାର ଟୁଇଟ୍‌ କରି ଅଭିଯୋଗ କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର ମହାମାରୀ ପରିଚାଳନାରେ ବିଫଳ ହୋଇଥିବାବେଳେ ଏବେ ଟିକାକରଣରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି କରିଛନ୍ତି।

Share