Categories: ଜାତୀୟ

ଲୋକ ସଭାରେ ଆଗତ ହେଲା ଦିଲ୍ଲୀ ସେବା ବିଲ୍‌, କଂଗ୍ରେସ କହିଲା ସମ୍ବିଧାନକୁ ଦୁର୍ବଳ କରୁଛନ୍ତି ସରକାର

ନୂଆଦିଲ୍ଲୀ,୧।୮: ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ଜଡିତ ଦିଲ୍ଲୀ ସେବା ବିଲ୍‌ ମଙ୍ଗଳବାର ଲୋକ ସଭାରେ ଆଗତ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ ଆଗତ କରିଛନ୍ତି। ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହାକୁ ବିରୋଧ କରି କହିଛନ୍ତି ଯେ, କେନ୍ଦ୍ର ସରକାର ସମ୍ବିଧାନକୁ ଦୁର୍ବଳ କରୁଛନ୍ତି।

ଦିଲ୍ଲୀ ସରକାରଙ୍କ ଅଧିକାରକୁ ହ୍ରାସ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଅଧୀର ରଞ୍ଜନ କହିଛନ୍ତି। ସେ କହିଛନ୍ତି ଯେ ଏହି ବିଲ୍‌ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରୁଛି।

Share