ଶ୍ରୀନଗର,୧୫ା୧୧(ପି.ଟି.):ପେଟ୍ରୋଲ, ଡିଜେଲକୁ ଜିଏସ୍ଟି ପରିସରଭୁକ୍ତ କରିବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ତେବେ ଏଥିପାଇଁ ରାଜଗ୍ୟଗୁଡ଼ିକ ସହମତ ହେବା ଆବଶ୍ୟକ ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ସୋମବାର କହିଛନ୍ତି। ଯଦି ରାଜ୍ୟଗୁଡ଼ିକ ଆଗେଇ ଆସନ୍ତି, ତେବେ ଆମେ ପ୍ରସ୍ତୁତ। ତେବେ ତେଲ ଏବଂ ମଦ ରାଜସ୍ବ ସୃଷ୍ଟିକାରୀ ସାମଗ୍ରୀ ହୋଇଥିବାରୁ ଏହାକୁ ଜିଏସ୍ଟି ଅଧୀନକୁ ଆଣିବା ଲାଗି ରାଜ୍ୟ ସହମତ ହୋଇ ନ ପାରନ୍ତି ବୋଲି ପୁରୀ ଖବରଦାତାମାନଙ୍କୁ କହିଛନ୍ତି।