Categories: ଜାତୀୟ

ଟ୍ରାନ୍ସଫର-ପୋଷ୍ଟିଂ ମାମଲା, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆବେଦନ ଉପରେ ସୋମବାର ହେବ ଶୁଣାଣି

ନୂଆଦିଲ୍ଲୀ,୬।୭: ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ଉପରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ହେବ। କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁରୁବାର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଶୀଘ୍ର ଶୁଣାଣି ହୋଇଥିବା ନେଇ ସୋମବାର ଶୁଣାଣି ସମ୍ପର୍କରେ ସେ କହିଛନ୍ତି।
ଗତ ମାସରେ ଦିଲ୍ଲୀ ସରକାରଙ୍କ କ୍ଷମତା ଉପରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଏକ ବଡ ରାୟ ଦେଇଛନ୍ତି। ଟ୍ରାନ୍ସଫର ପୋଷ୍ଟିଂ ସମେତ ଦିଲ୍ଲୀ ସରକାରଙ୍କ ସମସ୍ତ ଅଧିକାରୀଙ୍କ ଉପରେ ସୁପ୍ରିମକୋର୍ଟ ମୋହର ଲଗାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କେନ୍ଦ୍ର ସରକାର ଏକ ନିୟମ ସହିତ ଆସିଥିଲେ, ଯେଉଁଥିରେ ପୁଣି ଥରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳଙ୍କୁ ଦିଲ୍ଲୀ ସରକାରଙ୍କ ଉପରେ ରଖାଯାଇଥିଲା।

Share