Categories: ଜାତୀୟ

କୋର୍ଟରେ ମାମଲାର ଆବେଦନ ସମୟରେ ନାମ ପୂର୍ବରୁ ମହାରାଜା-ରାଜା-ନଓ୍ବାବ୍‌-ରାଜକୁମାର ବ୍ୟବହାର କରିବା ନେଇ କେନ୍ଦ୍ର-ରାଜ୍ୟର ମତାମତ ଲୋଡ଼ାଗଲା…

ଜୟପୁର, ୧୫।୧ : ହାଇକୋର୍ଟ ଅବା ନିମ୍ନ କୋର୍ଟରେ କୌଣସି ମାମଲାରେ ଆବେଦନ ସମୟରେ ନାମ ପୂର୍ବରୁ ମହାରାଜା-ରାଜା-ନଓ୍ବାବ୍‌-ରାଜକୁମାର ବ୍ୟବହାର କରି ହେବ କି ନାହିଁ ସେ ନେଇ ରାଜସ୍ଥାନ ହାଇକୋର୍ଟଙ୍କ ପକ୍ଷରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ମତାମତ ଲୋଡ଼ାଯାଇଛି।

ବିଚାରପତି ସମୀର ଜୈନ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରାଯାଇ ଏଭଳି କୁହାଯାଇଛି।

ରାଜା ଲକ୍ଷ୍ମଣ ସିଂ ନାମକ ଜଣେ ବ୍ୟକ୍ତି କୋର୍ଟରେ ଆବେଦନ କରିଥିବାବେଳେ ଖଣ୍ଡପୀଠ କହିଛନ୍ତି ଯେ, ୨୬ତମ ସମ୍ବିଧାନ ସଂଶୋଧନ ସମୟରେ ଅନୁଚ୍ଛେଦ ୩୬୩-ଏ ଏବଂ ୧୪ ଅନୁସାରେ ଭାରତରେ କୌଣସି ରାଜରାଜୁଡ଼ା ଶାସନ ଆଉ ନାହିଁ।

ତେଣୁ ଏସମ୍ପର୍କରେ ମତାମତ ପାଇଁ କୋର୍ଟଙ୍କ ପକ୍ଷରୁ ରାଜ୍ୟର ଅତିରିକ୍ତ ସୋଲିସିଟର ଜେନେରାଲ ଏବଂ ଅତିରିକ୍ତ ଆଡଭୋକେଟ ଜେନେରାଲଙ୍କୁ ମଧ୍ୟ ନୋଟିସ୍‌୍‌ ଜାରି କରାଯାଇଛି।

Share