Posted inଜାତୀୟ

ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ପଦକ୍ଷେପ ନେଉ

ଇମ୍ଫାଲ,୯ା୯ (ପି.ଟି.): ମଣିପୁରରେ ସାନି ହିଂସାକାଣ୍ଡ ପରେ ଆଞ୍ଚଳିକ ସଂହତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ରବିବାର ଅପିଲ୍‌ କରିଛନ୍ତି। କୁକି-ଜୋ ସମ୍ପ୍ରଦାୟର ଅଲଗା ପ୍ରଶାସନ ଦାବିକୁ କେନ୍ଦ୍ର ସରକାର ରାଜି ନ ହେବାକୁ ବୀରେନ୍‌ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଏକ ସ୍ମାରକପତ୍ର ଜରିଆରେ ଉପରୋକ୍ତ ଅନୁରୋଧ ଜଣାଇଛନ୍ତି। ତାଙ୍କ ସମେତ ବହୁସଂଖ୍ୟାରେ ବିଧାୟକ ଏବଂ ବିଧାନସଭା ବାଚସ୍ପତି ରବିବାର ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ।
ସ୍ମାରକପତ୍ରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ମଣିପୁରରେ ଶାନ୍ତି ସୁନିଶ୍ଚିତ କରାନ୍ତୁ ଏବଂ ନିର୍ବାଚିତ ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ କ୍ଷମତା ଦିଅନ୍ତୁ। ସସ୍ପେନ୍‌ଶନ ଅଫ୍‌ ଅପରେଶନ (ଏସ୍‌ଓଓ) ଚୁକ୍ତିନାମାକୁ ରଦ୍ଦ କରିବା ପାଇଁ ବୀରେନ୍‌ ଆହ୍ବାନ ଦେଇଛନ୍ତି। ୨୦୦୮ରେ କେନ୍ଦ୍ର ସରକାର, ମଣିପୁର ସରକାର ଏବଂ କୁକି ଉଗ୍ରପନ୍ଥୀ ସଂଗଠନର ୨ ଗୋଷ୍ଠୀ କୁକି ନ୍ୟାଶନାଲ ଅର୍ଗାନାଇଜେଶନ (କେଏନ୍‌ଓ) ଏବଂ ୟୁନାଇଟେଡ୍‌ ପିପୁଲ୍ସ ଫ୍ରଣ୍ଟ (ୟୁପିଏଫ୍‌) ମଧ୍ୟରେ ଏସ୍‌ଓଓ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲାବେଳେ ବିଭିନ୍ନ ସମୟରେ ଏହାର ସମୟସୀମା ବୃଦ୍ଧି କରାଯାଉଛି। ଗତ କିଛିଦିନ ହେଲା ମଣିପୁରରେ ହିଂସାକାଣ୍ଡ ବଢ଼ିବାରେ ଲାଗିଛି। ଶୁକ୍ରବାର ରକେଟ୍‌ ଆକ୍ରମଣରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଶନିବାର ସକାଳେ ଜିରିବାମ୍‌ ଜିଲାରେ ସାନି ହିଂସା ଘଟି ୬ ଜଣଙ୍କ ଜୀବନ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଚନ୍ଦ୍ରୟାନ-୪କୁ କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୯: କେନ୍ଦ୍ର କ୍ୟାବିନେଟ ବୁଧବାର ମହାକାଶ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୪ ମିଶନକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ...

ଦେଶରେ ଦ୍ୱିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୯ା୯(ଅନୁରାଧା ମହାରଣା):ଦେଶରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେରଳର ମାଲାପୁରାମରେ ଚିକିତ୍ସିତ ହେଉଥିବା ଜଣେ ୩୮ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ସଂକ୍ରମିତ ଥିବା ଜଣାପଡ଼ିଛି।...

ଲାଲୁ ଓ ୨ ପୁଅଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ, ୧୯।୯: ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ୨ ପୁଅ ତେଜସ୍ବୀ...

ଗୋଟିଏ ଦେଶ ଗୋଟିଏ ନିର୍ବାଚନ: ୧୫ ବିରୋଧୀ ଦଳ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୧୮ା୯: କଂଗ୍ରେସ ନେତୃତ୍ୱରେ ୧୫ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ...

ଦେଶର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ତାଲିକାରେ ଓଡ଼ିଶାର ଥିଲେ…

ନୂଆଦିଲ୍ଲୀ,୧୮।୯: ଅରବିନ୍ଦ କେଜରିଓ୍ବାଲଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ମଞ୍ଜୁର ଦିଆଯାଇଛି ଯିଏକି ରାଜଧାନୀ ଦିଲ୍ଲୀର ଶୀର୍ଷ...

ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌

ନୂଆଦିଲ୍ଲୀ,୧୮।୯: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋଦି କ୍ୟାବିନେଟର ନିଷ୍ପତ୍ତିକୁ ଦଳ ସମର୍ଥନ କରି କହିଛି ଯେ...

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ କ’ଣ ବଦଳିଯିବ ଜାଣନ୍ତୁ….

ନୂଆଦିଲ୍ଲୀ,୧୮ା୯: ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କ...

ମୋଦି ସରକାରଙ୍କ ବଡ ଆକ୍ସନ, ଆଉ ଭାରତ ପାଣିରେ ମଉଜ କରିପାରିବନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧୮।୯: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତୀୟ ଜଳକୁ ଉପଭୋଗ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ଦିନ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ପାକିସ୍ତାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri