Categories: ଜାତୀୟ

ଆଫଗାନିସ୍ତାନ ଗୁରୁଦ୍ୱାରରେ ଫସି ରହିଥିବା ୨୦୦ ଶିଖଙ୍କୁ ସୁରକ୍ଷିତ ଉଦ୍ଧାର କରୁ କେନ୍ଦ୍ର: କ୍ୟାପଟେନ ଅମରିନ୍ଦର

ଚଣ୍ଡିଗଡ଼,୧୬ ।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ କହିଛନ୍ତି, ତାଲିବାନ ଅକ୍ତିଆର କରିଥିବା ଆଫଗାନିସ୍ତାନର ଏକ ଗୁରୁଦ୍ୱାରରେ ଫସି ରହିଥିବା ପ୍ରାୟ ୨୦୦ ଶିଖ ଓ ସମସ୍ତ ଭାରତୀୟଙ୍କୁ ଶୀଘ୍ର ଉଦ୍ଧାର କରିବାର ବ୍ୟବସ୍ଥା କରାଯାଉ । ବୈଦେଶିକ ମନ୍ତ୍ରଣାଳୟକୁ ଟ୍ୟାଗ କରି ଏକ ଟୁଇଟ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପେଟେନ ଅମରିନ୍ଦର ସିଂ କହିଛନ୍ତି, ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ କିଛି ବି ସାହାଯ୍ୟ ଆବଶ୍ୟକ ପଡିଲେ ମୋ ସରକାର ଏଥିପାଇଁ ପ୍ରସ୍ତୁତ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ତାଲିବାନ ଆଫଗାନିସ୍ତାନକୁ ନିଜ କବଜାକୁ ନେବା ଭାରତ ପାଇଁ ଶୁଭ ସଙ୍କେତ ନୁହେଁ । ଏହାଦ୍ୱାରା ଚାଇନା-ପାକିସ୍ତାନ ସମ୍ପର୍କ ମଜଭୁତ ହେବ । ତେଣୁ ସୀମାରେ କଡା ନଜର ରଖିବାକୁ ସେ କହିଛନ୍ତି । ଗତ ସ୍ୱାଧିନତା ଦିବସରେ ବି କ୍ୟାପେଟେନ ସିଂ ପାକିସ୍ତାନ ବିରୋଧରେ ସତର୍କ ରହିବାକୁ କହିଥିଲେ । କାରଣ ପାକିସ୍ତାନ ସବୁବେଳେ ଅଶାନ୍ତ ପରିବେଶ ସୃଷ୍ଟି କରିବାକୁ ଅନାଇ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଆମେ ଶାନ୍ତି ଚାହୁଁଛୁ ହେଲେ ଆମ ଉପରେ ଆକ୍ରମଣ ହେଲେ ଆମେ ଆଦୌ ଚୁପ୍ ରହିବୁ ନାହିଁ ।

 

Share