ପରିବହନକୁ ନେଇ ଯୋଡ଼ା ଟ୍ରକ୍‌ ମାଲିକ ସଂଘକୁ କେନ୍ଦ୍ରର ଚିଠି

ଯୋଡ଼ା,୨୬।୭(ମାନସ ମହାନ୍ତି)
କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନରେ ଥିବା ଏକାଧିକ ଖଣିରୁ ଖଣିଜ ପରିବହନ ଟ୍ରକ୍‌ ଜରିଆରେ ହୋଇଥାଏ। ଅଞ୍ଚଳରେ ବଡ଼ବିଲ, ଯୋଡା, କାଳିମାଟି, ଗୁଆଲି, ଭଦ୍ରାସାହି ସମେତ କେନ୍ଦୁଝରରେ ମଧ୍ୟ ଟ୍ରକ୍‌ ମାଲିକ ମାନଙ୍କର ସଂଘ ରହିଛି। ରାଜ୍ୟ ସରକାର ଓ ଲିଜ୍‌ଧାରୀମାନଙ୍କ ଆପୋଷ ବୁଝାମଣା ମାଧ୍ୟମରେ ସଂଘ ଦ୍ୱାରା ପରିବହନ ଭଡ଼ା ନିର୍ଦ୍ଧାରଣ ହୋଇଥାଏ। ଗତ ୩ା୭ା୨୦୨୩ ରିଖ ଚିଠି ସଂଖ୍ୟା ଡିଜି/ସିସିଆଇ/ଆଇ ଡବ୍ଲ୍ୟୁ/୧/୯/୨୦୨୨/୬୬୧ରେ କେନ୍ଦ୍ର ସରକାରଙ୍କ କମ୍ପିଟିସନ କମିଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ଯୋଡ଼ା ଟ୍ରକ୍‌ ମାଲିକ ସଂଘକୁ ଏସ୍‌ଏମ୍‌ କେସ୍‌ ନଂ.୨୧/୨୦୨୨ ଅଣ୍ଡର ସେକ୍ସନ ୩୬/୨ ସେକ୍ସନ ୪୧(୨) କମ୍ପିଟିସନ ଆକ୍ଟ ଅନୁଯାୟୀ ଏକ ନୋଟିସ ଜାରି କରାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ, ମନମୁଖି ଭାବେ ଟ୍ରକ୍‌ରେ ଖଣିଜ ପରିବହନ ଦର ଧାର୍ଯ୍ୟ କରିବା, ପ୍ରତିଯୋଗିତା ମାଧ୍ୟମରେ ଦର ଧାର୍ଯ୍ୟ କରିବାକୁ ନ ଦେବା ପରି ପ୍ରସଙ୍ଗ କମିଶନ ଉଠାଇଛନ୍ତି। ଏହାସହିତ କମିଶନ ଯୋଡ଼ା ଟ୍ରକ୍‌ ମାଲିକ ସଂଘ ସମ୍ପର୍କରେ ତଦନ୍ତ ଚଳାଇଥିବା ଚିଠିରେ ଉଲ୍ଲେଖ ଅଛି ଏବଂ ଏ ନେଇ ଯୋଡ଼ା ଟ୍ରକ୍‌ ମାଲିକ ସଂଘର ସମ୍ପାଦକଙ୍କୁ ଚିଠି କରି ୨୦୧୭ ମସିହାରୁ ଏଯାବତ ସବିଶେଷ କାର୍ଯ୍ୟାବଳୀ, ସଂଘର ବୈଠକ, ସଂଘ ଦ୍ୱାରା ନିଆ ଯାଉଥିବା ଆର୍ଥିକ କମିଶନ, ୨୦୧୭ ମସିହାରୁ ଏଯାବତ ପରିବର୍ତ୍ତିତ ପରିବହନ ମୂଲ୍ୟର ଦର, ଯେଉଁ ରାସ୍ତା ଦେଇ ପରିବହନ ଟ୍ରକ୍‌ଗୁଡ଼ିକ ଯାତାୟାତ କରୁଛି ତାହା ଭାରିଯାନ ପାଇଁ ଅନୁମୋଦିତ କି ନୁହେଁ,ଏଯାବତ ପରିବର୍ତ୍ତିତ ଭଡ଼ାର ସବିଶେଷ ବିବରଣୀ ସହିତ ଆହୁରି ଅନେକ ତଥ୍ୟ ସତ୍ୟପାଠ ମାଧ୍ୟମରେ ପ୍ରଦାନ କରିବା ପାଇଁ ଚିଠିରେ ନିର୍ଦ୍ଦେଶ ରହିଛି। କେନ୍ଦ୍ର ସରକାରଙ୍କ ପ୍ରତିଷ୍ପର୍ଦ୍ଧା ଆୟୋଗର ଏହି ଚିଠିକୁ ନେଇ ଟ୍ରକ୍‌ ମାଲିକମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଯୋଡ଼ା, କୋଇଡା, ବଡ଼ବିଲଠାରୁ ଜଗତସିଂହପୁର, ପାରାଦୀପ, ଯାଜପୁର ସମେତ ପ୍ରାୟ ଓଡ଼ିଶାର ଅର୍ଦ୍ଧାଧିକ ଅଞ୍ଚଳର ବ୍ୟବସାୟୀ ଋଣ କରି ଟ୍ରକ୍‌ ବ୍ୟବସାୟରୁ ଜୀବିକା ନିର୍ବାହ କରୁଛନ୍ତି। ହଠାତ୍‌ କେନ୍ଦ୍ର ସରକାରଙ୍କ ଏହି ଚିଠି ସଂଘ ତଥା ସଂଘର ପଞ୍ଜୀକୃତ ଟ୍ରକ୍‌ ମାଲିକମାନଙ୍କୁ ଅସହଜ କରି ଦେଇଛି। ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ମାନି ସଂଘ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଚିଠି କାହିଁକି ଆସିଛି ବୋଲି କିଛି ଟ୍ରକ୍‌ ମାଲିକ ପ୍ରଶ୍ନ କରିଛନ୍ତି। ୨୦୨୦ମସିହା ପରେ ଖଣି ବ୍ୟବସାୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା। ନିଲାମ ମାଧ୍ୟମରେ ମାତ୍ରାଧିକ ମୂଲ୍ୟ ଡାକ ଦେଇ ବଡ଼ ବଡ଼ ଖଣି କମ୍ପାନୀମାନେ ଖଣି ହାତେଇ ଥିଲେ। ବାସ୍ତବ କ୍ଷେତ୍ରରେ ଖର୍ଚ୍ଚକାଟ୍‌ କରିବା ପାଇଁ ବହୁ କମ୍ପାନୀ ଏହିପରି ଚକ୍ରାନ୍ତ କରି କେନ୍ଦ୍ର ସରକାରଙ୍କୁ ଆୟୁଧ କରି ସଂଘକୁ ବିବାଦ ଘେରକୁ ଟାଣୁଛନ୍ତି ଓ ଭୟ ଦେଖାଉଛନ୍ତି ବୋଲି ଯୋଡ଼ା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ କହିଛନ୍ତି। କେନ୍ଦ୍ର ପ୍ରତିଷ୍ପର୍ଦ୍ଧା ଆୟୋଗ ନୋଟିସର ଜବାବ ଆଇନ ଅନୁଯାୟୀ ଦିଆଯାଇଛି ବୋଲି ବାରିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri