Categories: ଜାତୀୟ

‘ମୋ ବାପାଙ୍କ ସାମ୍ନାରେ ଦିଲ୍ଲୀ ବି ମୁଣ୍ଡ ନୁଆଁଏ’, ମନ୍ତ୍ରୀଙ୍କ ପୁଅର ଭାଷଣ ଭାଇରାଲ

ନୂଆଦିଲ୍ଲୀ, ୨୨।୬: ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପୁଅଙ୍କ ଭାଷଣ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଲୋକ ସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ମିଳିବା ସହ ରାଜ୍ୟରେ ଭଲ ପ୍ରଦର୍ଶନ ପରେ ଦିଲ୍ଲୀ ମୋ ପିତାଙ୍କ ସାମ୍ନାରେ ମୁଣ୍ଡ ନୁଆଁଉଛି ବୋଲି ଶିବରାଜଙ୍କ ପୁଅ କେର୍ତ୍ତିକେୟ ସିଂ ବୟାନ ଦେଇଛନ୍ତି । କାର୍ତ୍ତିକେୟ ଶୁକ୍ରବାର ସିହୋର ଜିଲାର ବୁଧନି ବିଧାନସଭା ଅଞ୍ଚଳର ଏକ ସାର୍ବଜନିକ ବୈଠକରେ ସମ଼୍େବାଦ୍ଧିତ କରି ଏପରି କହିଛନ୍ତି । ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି ।

ଶିବରାଜ ସିଂ ଚୌହାନ ଲୋକ ସଭା ନିର୍ବାଚନରେ ବିଦିଷା ଆସନରୁ ଜିତିଛନ୍ତି । ଏପଟେ ତାଙ୍କ ପୁଅଙ୍କ ବୟାନକୁ ନେଇ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଜିତୁ ପଟୱାରି କହିଛନ୍ତି ଯେ, ଏହାର ଅର୍ଥ ଦିଲ୍ଲୀ ଡରୁଛି ଏବଂ ଦଳ ମଧ୍ୟରେ ଅସନ୍ତୋଷର ଡର ମଧ୍ୟ ରହିଛି ।

Share