Central Bank of India Recruitment 2024: ସେଣ୍ଟ୍ରାଲ ବ୍ୟାଙ୍କରେ ବାହାରିଲା ଚାକିରି, ଆଜି ହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ,୨୩।୨: ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ବାହାରିଛି ନିଯୁକ୍ତି। ବ୍ୟାଙ୍କରେ ଖାଲି ପଡ଼ିଛି ୩ ହଜାର ଆପ୍ରେଣ୍ଟିସ ପଦବୀ।
କହିରଖୁଛୁ କି, ଏଇ ମାସ ଅର୍ଥାତ୍‌ ଫେବ୍ରୁଆରୀ ୨୧ରେ ଏହି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ମାର୍ଚ୍ଚ ୬ ପର୍ଯ୍ୟନ୍ତ ଆଶାୟୀମାନେ ଏଥିପାଇଁ ଆବେଦନ କରି ପାରିବେ । ଆସନ୍ତା ମାର୍ଚ୍ଚ ୧୦ରେ ଏହି ପରୀକ୍ଷା ହେବ । ଏହାପରେ ମାର୍ଚ୍ଚ ୩୧ରେ ଏହି ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ ।
ସେଣ୍ଟ୍ରାଲ ବ୍ୟାଙ୍କ୍ର ଅଫିସିଆଲ ୱେବ୍‌ସାଇଟ୍‌ଇଟ nats.education.gov.in. କୁ ଭିଜିଟ୍‌ କରି ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଆପ୍ଲାଏ କରିବା ପରେ ପ୍ରଥମେ ଅନଲାଇନରେ ଲିଖିତ ପରୀକ୍ଷା ଦେବାକୁ ହେବ । ଲିଖିତ ପରେ ଗଣିତ, ଇଂରାଜୀ, ରିଜନିଂ, କମ୍ପ୍ୟୁଟର, ରିଟେଲ ପ୍ରଡକ୍ଟ, ବୀମା ପ୍ରଡକ୍ଟ ଆଦି ବିଷୟରେ ପ୍ରଶ୍ନର ଉତ୍ତର ଦେବାକୁ ହେବ । ଏହି ଚାକିରି ପାଇଁ ପ୍ରାର୍ଥୀ ପୂର୍ବରୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଆପ୍ରେଣ୍ଟିସ ପଦବୀ ପାଇଁ ତାଲିମ ନେଇ ନ ଥିବା ଆବଶ୍ୟକ । ଯଦି କୌଣସି ବ୍ୟକ୍ତି ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଆପ୍ରେଣ୍ଟିସ କରି ସାରିଥିବେ, ସେମାନେ ଅଯୋଗ୍ୟ ବିବେଚିତ ହେବେ । ଆବେଦନ କରୁଥିବା ବ୍ୟକ୍ତିଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ତେବେ ଅନୁସୂଚିତ ଜନଜାତି, ଜନଜାତି, ପଛୁଆ ବର୍ଗ, ଓ ଭିନ୍ନକ୍ଷମଙ୍କ ପାଇଁ ବୟସସୀମା କୋହଳ କରାଯାଇଛି । ସେଣ୍ଟ୍ରାଲ ବ୍ୟାଙ୍କ୍‌ ଆପ୍ରେଣ୍ଟିସ ପାଇଥିବା ଯୁବକ ବା ଯୁବତୀଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ଆକାରରେ ଦିଆଯିବ । ଏହା ଅର୍ବାନ, ମେଟ୍ରୋ ଓ ସେମି ଅର୍ବାନ ବ୍ରାଞ୍ଚ ପାଇଁ ଉଦ୍ଦିଷ୍ଟ ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri