Categories: ଜାତୀୟ

୧ କୋଟି ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ ରେଳ ଅଧିକାରୀ

ନୂଆଦିଲ୍ଲୀ,୧୭।୧:ସିବିଆଇ ଜାଲରେ ରେଳ ଅଧିକାରୀ। ୧ କୋଟି ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ବରିଷ୍ଠ ରେଳ ଅଧିକାରୀ ମହେନ୍ଦ୍ର ସିଂ ଚୌହାନ। ତାଙ୍କ ସହ ଅନ୍ୟ ୨ଜଣଙ୍କୁ ମଧ୍ୟ ଏହିୀ ମାମଲାରେ ଧରାପଡିଛନ୍ତି। ସେମାନଙ୍କଠାରୁ ୧ କୋଟି ଟଙ୍କା ଜବତ କରାଯାଇଛି। ୧୯୮୫ ବ୍ୟାଚ୍‌ର ଅଧିକାରୀ ମହେନ୍ଦ୍ରଙ୍କ ପୋଲିସ ଗିରଫ କରି ନ୍ୟାୟିକ ହେବପାଜତକୁ ପଠାଇଛି। ଏତେ ବଡ ପରିମାଣର ଟଙ୍କା ଲାଞ୍ଚ ନେବା ରେଲଓ୍ବେ ଇତିହାସରେ କମ୍‌ ଘଟିଛି ବୋଲି ସିବିଆଇ କହିଛି। ମହେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ସୀମାନ୍ତ ରେଳପଥରେ ଚାକିରି ଯୋଗାଇଦେବା ନାଁରେ ଲାଞ୍ଚ ମାଗୁଥିଲେ। ସିବିଆଇ ଏହି ମାମଳାରେ ୫ ରାଜ୍ୟରେ ୨୦ରୁ ଅଧିକ ଯାଗାରେ ଚଢାଉ କରିଛି।

Share