Categories: ଜାତୀୟ

ପିପିଇ କିଟ୍‌ ପିନ୍ଧି ତଲାସି କରୁଛନ୍ତି ସିବିଆଇ ଅଧିକାରୀ

ନୂଆଦିଲ୍ଲୀ,୨୬।୬: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପର୍ସନାଲ ପ୍ରୋଟେକଟିଭ୍‌ ଇକ୍ୟୁପମେଣ୍ଟ(ପିପିଇ) କିଟ୍‌ ଯୋଗାଇ ଦିଆଯାଉଥିଲା। କାରଣ ଏମାନେ ସିଧାସଳଖ ଭାବେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି। ହେଲେ ରାଜଧାନୀ ଦିଲ୍ଲୀର ରତୁଲ ପୁରୀରେ ଥିବା ନ୍ୟୁ ଫ୍ରେଣ୍ଡସ୍‌ କଲୋନିରେ ପହଞ୍ଚିଥିବା ସିବିଆଇର କେତେଜଣ ଅଧିକାରୀ ପିପିଇ କିଟ୍‌ ପିନ୍ଧି ତଲାସି କରୁଥିବା ଦେଖାଯାଇଛି। ଏକ ବ୍ୟାଙ୍କ ଜାଲିଆତି ମାମଲରେ ଏମାନେ ତଲାସି ପାଇଁ ଯାଇଥିଲେ। ରାଜଧାରୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏମାନେ ସୁରକ୍ଷା ଦୃଷ୍ଟିରୁ ପିପଇ କିଟ୍‌ ପିନ୍ଧିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଥିବା ବେଳେ ୨ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେଲାଣି।

Share