ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଚଳିତବର୍ଷ ପଞ୍ଚାୟତ ନିର୍ବାଚନର ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ। ଭୋଟ୍ ସରିବା ପରେ ଭୋଟ୍ ବାକ୍ସ ଗୁଡିକୁ ଷ୍ଟ୍ରଙ୍ଗ୍ ରୁମରେ ରଖାଯିବ। ସେଥିପାଇଁ ବ୍ଲକ୍ ସ୍ତରରେ ଷ୍ଟ୍ରଙ୍ଗ୍ ରୁମ୍ ପ୍ରସ୍ତୁତ ହେବ। ଏନେଇ ରାଜ୍ୟ ନିର୍ବାଚନ କମିଶନ୍ର ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି।
ତେବେ ସେଣ୍ଟ୍ରାଲ କାଉଣ୍ଟିଂ ପାଇଁ ଅଧିକ ବାଲାଟ୍ ବକ୍ସ୍ ଆବଶ୍ୟକ ପଡିବ ବୋଲି ସେ କହିଛନ୍ତି। ଗୁରୁବାର ରାଜ୍ୟ କମିଶନ୍ର ଆଦିତ୍ୟ ପାଢୀ ସମସ୍ତ ଜିଲାପାଳଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ। ଓ୍ବାର୍ଡ ଏବଂ ପଞ୍ଚାୟତରେ ଭୋଟର ଲିଷ୍ଟ ପାଇଁ ଗାଇଡଲାଇନ୍ ଜାରି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ୍ର କହିଛନ୍ତି।